ଏହି ଅଭିନେତା ଚୋବାଇଥିବା ଚୁଇଙ୍ଗମ୍‌ ହେଉଛି ନିଲାମ: ଦାମ୍‌ ଜାଣିଲେ…

ଆଜିକାଲି ଅନଲାଇନ ଇ-କମର୍ସ ସାଇଟ ଇ-ବେରେ ପୂର୍ବରୁ ଚୋବାଯାଇଥିବା ଏକ ଚୁଇଙ୍ଗମ ନିଲାମ ହେଉଛି। ଏହି ଚୁଇଙ୍ଗମ୍‌ଟି ନିଲାମ ହେବା ଯେତିକି ଆଶ୍ଚର୍ଯ୍ୟ ନୁହେଁ, ତାର ଦାମ୍‌ ଜାଣିଲେ ସେତିକି ଚକିତ ହୋଇଯିବେ। ଆଇରନ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ରୋବର୍ଟ ଡାଉନି ଜୁନିଅର ଚୋବାଇଥିବା ଏହି ଚୁଇଙ୍ଗମ୍‌ଟି ଏବେ ଅନ୍‌ଲାଇନ୍‌ ନିଲାମ ହେଉଛି, ଯାହାର ମୂଲ୍ୟ ୪୫ ଲକ୍ଷ ଟଙ୍କା ରଖାଯାଇଛି।
ଫେବୃଆରୀ ୧୩, ୨୦୨୩ରେ, ଅଭିନେତା ରୋବର୍ଟ ଲସ ଏଞ୍ଜେଲ୍ସର ଡଲବି ଥିଏଟର ନିକଟରେ ହଲିଉଡ ୱାଲ ଅଫ ଫେମ ସମାରୋହରେ ଯୋଗ ଦେଇଥିଲେ। ସେହି ସମୟରେ ସେ ଚୁଇଙ୍ଗମ ଖାଉଥିଲେ। ଏହାପରେ ସେ ଚୁଇଙ୍ଗମ୍‌ଟିକୁ ଫୋପାଡି ଦେଇଥିଲେ। ଜଣେ ବ୍ୟକ୍ତି ସେଠାରୁ ଏହାକୁ ଉଠାଇ ନେଇଥିଲେ। ବର୍ତ୍ତମାନ ଏହାକୁ ନିଲାମ କରାଯାଉଛି।
ସାରା ବିଶ୍ୱରେ ଆଇରନ ମ୍ୟାନ୍‌ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ରୋବର୍ଟଙ୍କ ଜଣେ ପ୍ରଶଂସକ ଚୁଇଙ୍ଗମ୍‌ଟିକୁ ନେବା ପାଇଁ ୩୨ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ। ପ୍ରାରମ୍ଭରେ ଚୁଇଙ୍ଗର ମୂଲ୍ୟ ୩୨ ଲକ୍ଷ ଟଙ୍କା ଥିଲା କିନ୍ତୁ ୱେବସାଇଟରେ ଏହାର ମୂଲ୍ୟ ୪୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Share