Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ସନ୍ତୁ ଜିନିଷର ଅନ୍ତଃ ରହିଛି। ମୁଁ ଭାରତୀୟ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ଘୋଷଣା କରୁଛି।
ରବିନ ଉଥାପ୍ପା ଭାରତ ପାଇଁ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଖେଳିଛନ୍ତି। ସେ ୨୦୦୬ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେ ମୋଟ ୪୬ଟି ଦିନିକିଆ ଖେଳି ୨୫.୯୪ ହାରରେ ୯୩୪ ରନ୍‌ କରିଥିଲେ। ଏଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା। ଉଥାପ୍ପା ୧୩ଟି ଅନ୍ତର୍ଜାତୀୟ ଟି-୨୦ ମଧ୍ୟ ଖେଳି ୨୪.୯୦ ହାରରେ ୨୪୯ ରନ୍‌ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୦୭ରେ ଟି -୨୦ ବିଶ୍ୱକପ ବିଜେତା ଦଳର ମଧ୍ୟ ରବିନ ଉଥାପ୍ପା ଏକ ଅଂଶ ଥିଲେ। ସେ ୨୦୧୫ରେ ଭାରତ ପାଇଁ ଶେଷଥର ପାଇଁ ଖେଳିଥିଲେ।

Share