Categories: ଖେଳ

‘କୋହଲିଙ୍କ କ୍ଷମତା ଉପରେ ପ୍ରଶ୍ନ କରିବାକୁ ଅଧିକାର ନାହିଁ କି କାରଣ ନାହିଁ’

ବମ୍ବେ,୨୬।୭: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଏଥିପାଇଁ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି। ନିକଟରେ କୋହଲିଙ୍କୁ ବାଦ୍‌ ଦେବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି କ୍ରିକେଟର ରବିନ ଉଥପ୍ପା।

ଉଥପ୍ପା କହିଛନ୍ତି, ଆମ ପାଖରେ ତାଙ୍କର ସ୍ଥିତି ଏବଂ ମ୍ୟାଚ୍‌ ବିଜେତା ହେବା ଲାଗି କ୍ଷମତା ଉପରେ ପ୍ରଶ୍ନ ଉଠାଇବାର ଅଧିକାର ନାହିଁ ନା କାରଣ ଅଛି। ସେ ଜଣେ ମ୍ୟାଚ୍‌ ବିଜେତା। ଦୁନିଆର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ସେ କହିଛନ୍ତି।

Share