Categories: ଫୁରସତ

ରୋବୋ ହେଲା କମ୍ପାନୀ ସିଇଓ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜୀବନକୁ ଅଧିକ ସହଜ କରିଥିବାବେଳେ ଏହାର ଉପଯୋଗରେ ନିର୍ମିତ ରୋବୋ ଧୀରେ ଧୀରେ କର୍ମଚାରୀଙ୍କ ସ୍ଥାନ ନେବାକୁ ଯାଉଛି। ଚାଇନା ଏହାର ମେଟାଭର୍ସ କମ୍ପାନୀ ନେଟ୍‌ଡ୍ରାଗନ୍‌ ଓ୍ବେବ୍‌ସଫ୍ଟରେ ଏକ ରୋବୋକୁ ସିଇଓ ନିଯୁକ୍ତି ଦେଇ ଏହି ଧାରା ଆରମ୍ଭ କରିଛି। ଇତିହାସରେ ପ୍ରଥମ ଥର ପାଇଁ ଏମ୍‌ଏସ୍‌ ତାଙ୍ଗ୍‌ ୟୁ ନାମକ ଭର୍ଚୁଆଲ ହ୍ୟୁମାନଏଡ୍‌ ରୋବୋ କୌଣସି କମ୍ପାନୀର ବସ୍‌ ହୋଇଛି। ତାଙ୍ଗ୍‌ ୟୁ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ଏହି କମ୍ପାନୀର ପରିଚାଳନା ଦାୟିତ୍ୱ ଏବଂ କୌଶଳ ବିକାଶ ବିଭାଗର ନେତୃତ୍ୱ ନେବ। ଏହାସହ ରୋବୋ ରିଅଲ୍‌-ଟାଇମ୍‌ ଡାଟା ହବ୍‌ ହେବା ସହ ଦୈନନ୍ଦିନ କାର୍ଯ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହଯୋଗ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share