ଜାପାନର କାଓସାକି କମ୍ପାନୀ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ରୋବୋ ଛେଳି, ଯାହା ଉପରେ ବସି ଜଣେ ତାକୁ ଚଳାଇ ପାରିବେ। ୨୦୨୨ର ଅନ୍ତର୍ଜାତୀୟ ରୋବୋ ପ୍ରଦର୍ଶନୀରେ ଏହା ପ୍ରଦର୍ଶିତ ହୋଇଥିଲା। ଏଥିରେ ଅନେକ ଉନ୍ନତଧରଣର ରୋବୋ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ରୋବୋ ଛେଳି ସମସ୍ତଙ୍କର ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା। ୟୁରେଷିଆ ଓ ଆଫ୍ରିକାରେ ଦେଖାଯାଉଥିବା ଏକ ପ୍ରଜାତିର ବଡ଼ ଜଙ୍ଗଲି ଛେଳି ଆଇବେକ୍ସର ନାମାନୁସାରେ ଏହାର ନାମ ‘ବେକ୍ସ’ ଦିଆଯାଇଛି। ଏହି ରୋବୋ ଛେଳି ଉପରେ ମଣିଷ ବସି ଯାଇପାରିବେ। ତା’ ପିଠିରେ ଭାରି ଜିନିଷ ରଖି ନେଇ ମଧ୍ୟ ହେବ। ବେକ୍ସ ସମତଳ ଭାଗରେ ଭଲରେ ଚାଲିପାରେ। ଆଣ୍ଠୁରେ ଲାଗିଥିବା ଚକ ଏଥିରେ ବହୁତ ସାହାଯ୍ୟ କରେ। ଖାଲ ଢିପ ରାସ୍ତାରେ ଏହା ଧୀରେ ଧୀରେ ଚାଲି ଚାଲି ଯାଇଥାଏ। ଏଥିରେ ବସିବାର ଏକ ଭିନ୍ନ ମଜା ରହିଛି। ଏହି ରୋବୋରେ ଆଗକୁ ଆହୁରି ଅନେକ ଡେଭଲେପମେଣ୍ଟ ହେବାକୁ ଅଛି ବୋଲି ଏହାର ନିର୍ମାତାମାନେ କୁହନ୍ତି।