Posted inଫୁରସତ

ରୋବୋ ପଢାଉଛି ପାଠ

ସ୍କୁଲ ୟୁନିଫର୍ମ ପନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ଧଳା ରିବନ ବାନ୍ଧି ଥିବା ଏକ କୁନି ଝିଅଟି ପ୍ରକୃତରେ ଏକ ରୋବୋ। କର୍ନାଟକ ସିର୍‌ସି ଗ୍ରାମର ଶିକ୍ଷକ ଅକ୍ଷୟ ମାଶେଲକର୍‌ ତିଆରି କରିଛନ୍ତି ଉକ୍ତ ସୁନ୍ଦର ରୋବୋଟିକୁ, ଯାହାର ନାଁ ‘ଶିକ୍ଷା’। ଗାଁର ଶିକ୍ଷା ପଦ୍ଧତିକୁ ଅଧିକ ମଜାଦାର ଓ ଆଧୁନିକ ତଥା ବୈଜ୍ଞାନିକ ଶୈଳୀର କରିବା ଲାଗି ସେ ଏହି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ପରିବାର ଶିକ୍ଷାଦାନ ସହ ଜଡ଼ିତ ଥିବାରୁ ସେ ବି ଶିକ୍ଷାଦନ କରିବା ଲାଗି ପିଲାଟି ବେଳୁ ନିଷ୍ପତ୍ତି ନେଇଥିଲେ। ଆଉ ବଡ଼ ହେବା ପରେ ସତକୁସତ କଲେଜ୍‌ ପ୍ରଫେସର୍‌ ହେଲେ। ଅକ୍ଷୟ ଜାଣନ୍ତି ଗାଁର ଶିକ୍ଷା ପଦ୍ଧତି ବହୁତ ଅନୁନ୍ନତ। ଆଜି ବି ପୁରୁଣା ଶୈଳୀରେ ପଢା ଯାଉଛି। ତେଣୁ କୋଭିଡ଼ ସମୟରେ ମିଳିଥିବା ଅବସର ସମୟକୁ ଗ୍ରାମର ଶିକ୍ଷା ପ୍ରଣାଳୀକୁ ଉନ୍ନତ କରିବାଲାଗି ‘ଶିକ୍ଷା’ ନାମକ ଏହି ରୋବୋ ତିଆରି କଲେ। ରୋବୋଟି ଦେଖିବାକୁ ସୁନ୍ଦର ସ୍କୁଲ ଛାତ୍ରୀ ଭଳି। ଆଉ ଏହା ପିଲାଙ୍କୁ ପଢାଇବାରେ ବେଶ୍‌ ସକ୍ଷମ। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସେ ପଢାଇପାରେ। ଦେଢ ବର୍ଷର ଗବେଷଣା ଓ ପରିଶ୍ରମ ପରେ ଅକ୍ଷୟ ଏହି ରୋବୋ ତିଆରି କରିଥିଲେ। ଆଉ ଖର୍ଚ୍ଚ ହୋଇଥିଲା ପ୍ରାୟ ୨ ଲକ୍ଷ ଟଙ୍କା। ଗବେଷଣାରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଥିବାବେଳେ ରୋବୋ ତିଆରିରେ ମାତ୍ର ୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। କାରଣ ସେ ଜୁଗାଡ ଲଗାଇ ଉକ୍ତ ରୋବୋ ତିଆରି କରିଛନ୍ତି। ରୋବୋ ‘ଶିକ୍ଷା’ କନ୍ନଡ଼ ଓ ଇଂରାଜୀ ଭାଷାର ରାଇମ୍‌ ସହ ବିଭିନ୍ନ ଶେପ୍‌ର ନାମ, ଇଂରାଜୀ ଆଲଫାବେଟ୍‌, ଗଣିତ(ଗୁଣନ, ହରଣ, ମିଶାଣ, ଫେଡ଼ାଣ, ପଣିକିଆ) ଆଦି ପଢାଇପାରେ। ‘ଶିକ୍ଷା’ ୟା’ ମଧ୍ୟରେ ୨୫ଟି ସ୍କୁଲ ଯାଇ ପିଲାଙ୍କୁ ପଢାଇସାରିଲାଣି। ପିଲାମାନେ ଶିକ୍ଷାକୁ ଦେଖି ବହୁତ ଖୁସି ହୋଇ ଯାଆନ୍ତି। ଅକ୍ଷୟ କୁହନ୍ତି, ‘ଶିକ୍ଷାକୁ ନିର୍ମାଣ କରିବା ପଛର କାରଣ କେବଳ ଶ୍ରେଣୀ ଗୃହରେ ଟେକ୍ନଲୋଜି ବ୍ୟବହାର କରିବା ନୁହେଁ ବରଂ ପିଲାଙ୍କୁ ରୋବୋ ତିଆରି ପ୍ରତି ଆକୃଷ୍ଟ କରିବା ମଧ୍ୟ ଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri