ନିଷ୍ପତ୍ତି ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ଅପରେସନ ପରି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ସହାୟତା କରିପାରୁଛି। ବିଶେଷଭାବରେ ବିଶେଷଜ୍ଞଙ୍କ ଆଦେଶାନୁସାରେ ରୋବୋ କାମ କରିଥାଏ। ହେଲେ ନିକଟରେ ଏପରି ଏକ ରୋବୋ ପ୍ରସ୍ତୁତ ହୋଇଛି, ଯିଏ ନିଜେ ନିଷ୍ପତ୍ତି ନେଇପାରିବ। ଏପରି ଏକ ହାଇଟେକ୍‌ ରୋବୋ ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ନିଜେ ନିଷ୍ପତ୍ତି ନେଇପାରିବ। ଅର୍ଥାତ୍‌, ଜଣେ ମଣିଷ ପରି ଏହି ରୋବୋ କାମ କରିବ। ପାରିପାର୍ଶ୍ୱିକ ପରିସ୍ଥିତିକୁ ତର୍ଜମା କରିବାର କ୍ଷମତା ମଧ୍ୟ ଏହାର ରହିଛି ଏବଂ ସେହି ଅନୁସାରେ କ’ଣ କରିବାକୁ ପଡିବ କାହାର ବିନା ପରାମର୍ଶରେ ତଥା ନିଜ ନିଷ୍ପତ୍ତି ଅନୁସାରେ ଉକ୍ତ ରୋବୋ କାମ କରିବ ବୋଲି ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।