Categories: ଫୁରସତ

ରୋବୋ କରୁଛି ଶ୍ୱାସକ୍ରିୟା

ୱାଶିଂଟନ: କିଛି ବର୍ଷ ପୂର୍ବେ ରୋବୋକୁ ମେଶିନ ଭଳି ବ୍ୟବହାର କରାଯାଉଥିଲା, ଯାହା ଓଜନଦାର ଲୁହା ଭଳି ଥିଲା। ତାକୁ କେବଳ ବୈଜ୍ଞାନିକମାନେ ହିଁ ବ୍ୟବହାର କରୁଥିଲେ। ହେଲେ ସମୟ ସହିତ ରୋବଟ୍‌କୁ ଆଡଭାନ୍ସ କରାଗଲା। ଏବେ ରୋବଟ୍‌ ପାଇଁ ମଣିଷଙ୍କ କାମ ସହଜ ହୋଇଗଲାଣି। ବର୍ତ୍ତମାନ ସମୟରେ ଅନେକ ଫ୍ୟାକ୍ଟ୍ରି ରହିଛି, ଯେଉଁଠାରେ ରୋବଟ୍‌ର ବ୍ୟବହାର କରାଯାଏ। ଯେଉଁ କାମ କରିବାକୁ ମଣିଷକୁ ବହୁତ ପରିଶ୍ରମ କରିବାକୁ ପଡୁଥିଲା, ତାହା ଏବେ ରୋବଟ୍‌ ଅତି ସହଜରେ କରୁଛି। କିଛିଦିନ ଆଗରୁ ରୋବଟ୍‌ ଲୋକଙ୍କ ଭଳି ଏକ୍ସପ୍ରେଶନ ଦେଉଥିବା ଖବର ଶୁଣିବାକୁ ମିଳିଥିଲା। ହେଲେ ଏବେ ବୈଜ୍ଞାନିକ ଏପରି ଏକ ରୋବଟ୍‌ ପ୍ରସ୍ତୁତ କରିଛନ୍ତି, ଯାହା ମଣିଷଙ୍କ ଭଳି ଶ୍ୱାସକ୍ରିୟା କରୁଛି। ବୈଜ୍ଞାନିକମାନେ ଏହାର ନାମ ଆଣ୍ଡି ବୋଲି ରଖିଛନ୍ତି। ଆଣ୍ଡି ବିଶ୍ୱର ଏପରି ଏକ ରୋବଟ୍‌, ଯାହାର ଦେହରୁ ଝାଳ ବାହାରିବା ସହ ଶୀତରେ କମ୍ପନ ହେବା ଭଳି ଆଡଭାନ୍ସ ଫିଚର ରହିଛି। ଏହି ରୋବୋକୁ ଆମେରିକାର ଆରିଜୋନା ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ଏଥିରେ ବହୁ ରୋବଟ୍‌ଙ୍କୁ ସାମିଲ କରାଯାଇଥିଲା। ଏହି ଥର୍ମାଲ ରୋବଟ୍‌ରେ ଏପରି ଫିଚର୍ସ ରଖାଯାଇଛି, ଯାହା କୌଣସି ମଣିଷଠାରୁ ମଧ୍ୟ କମ୍‌ ନୁହେଁ। ଆଣ୍ଡିର ଦେହରେ ୩୫ ପରସ୍ତ ସ୍କିନ ଲଗାଯାଇଛି। ବୈଜ୍ଞାନିକମାନେ ଏହାର ୧୦ଟି ରୋବୋ ପ୍ରସ୍ତୁତ କରିଛନ୍ତି। ଏହି ପ୍ରୋଜେକ୍ଟର ହେଡ୍‌ କନ୍‌ରାଡ ରିକାକ୍‌ଜେଓସ୍କି କହିଛନ୍ତି, ଏହି ରୋବୋ ପ୍ରସ୍ତୁତିର ଉଦ୍ଦେଶ୍ୟ ଭୀଷଣ ଗରମରେ ମଣିଷ ଶରୀରର ଅବସ୍ଥା ବିଷୟରେ ଜାଣିବା। ଏଥିସହ ଏହି ରୋବୋ ମାଧ୍ୟମରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବୁଝିବାକୁ ସହଜ ହେବ।

Share