କାମଚାପ ଯୋଗୁଁ ଆତ୍ମହତ୍ୟା କଲା ରୋବଟ, ପାହାଚରୁ ଡେଇଁ ହାରିଲା ଜୀବନ

ନୂଆଦିଲ୍ଲୀ,୬।୭: କେବେ ରୋବଟ ଆତ୍ମହତ୍ୟା କରିଥିବାର ଶୁଣିଛନ୍ତି କି? କାମ ଚାପରେ ରହି ଆମେ ଚାପଗ୍ରସ୍ତ ରହିଥାଉ। କିନ୍ତୁ କେବେ କାମ ଚାପରେ ରହି ରୋବଟ ଆତ୍ମହତ୍ୟା କରୁଥିବାର ଶୁଣିଛନ୍ତି କି? ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରୁ।

ଦକ୍ଷିଣ କୋରିଆରୁ ରୋବଟ୍‌ ଆତ୍ମହତ୍ୟା କରିବାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆର ଗୁମି ସିଟି କାଉନସିଲରେ କାର୍ଯ୍ୟ କରୁଥିବା ଜଣେ ସରକାରୀ ରୋବଟ କର୍ମଚାରୀ ପାହାଚରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଆତ୍ମହତ୍ୟା ଘଟଣା ଦୁନିଆରେ ପ୍ରଥମ ଦେଖିବାକୁ ମିଳିଛି। କାମଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋବଟ ସୁପରଭାଇଜର ଗୁମି ସିଟି କାଉନସିଲର ଜଣେ ପରିଶ୍ରମୀ ରୋବଟ କର୍ମଚାରୀ ଏପରି ଆତ୍ମହତ୍ୟା କରିଛନ୍ତି। ରୋବଟ ପ୍ରତିଦିନ ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ କାମ କରୁଥିଲେ। କେମିତି ଘଟଣାଟି ଘଟିଛି ସ୍ପଷ୍ଟ ହୋଇ ନ ଥିବାବେଳେ ପାହାଚରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ପାହାଚରୁ ଡେଇଁଲାବେଳେ ପ୍ରଥମ କୋଠାର କିଛି ଅଂଶ ଏବଂ ଦ୍ୱିତୀୟ ମହଲା କିଛି ଅଂଶ ଛିନ୍ନଛତ୍ର ହୋଇ ପଡିଥିବାର ଦେଖିବାକୁ ମିଳିଛି।

‘ରୋବଟ ସୁପରଭାଇଜର’ ଅଗଷ୍ଟ ୨୦୨୩ରେ ଗୁମି ସିଟି କାଉନସିଲରେ ରୋବଟ ସୁପରଭାଇଜର ଭାବେ ନିଯୁକ୍ତ ହୋଇଥିଲେ। ଜଣେ ଅଫିସର ଭାବେ ନିଯୁକ୍ତ ହୋଇଥିବା ସେ ପ୍ରଥମ ରୋବୋଟ ଥିଲା।

Share