ପଞ୍ଜାବୀ କହିବ ଏବଂ ବୁଝିବ ଏହି ରୋବଟ

ପଞ୍ଜାବରେ ଲୋକେ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। କିଛି ଦେଶରେ ମଧ୍ୟ ପଞ୍ଜାବୀ ଭାଷାରେ ଲୋକେ କଥା ହୁଅନ୍ତି। ବିଶ୍ୱର ଅନ୍ୟ ଭାଗରେ ଯେଉଁଠି ଭାରତୀୟମାନେ ବସବାସ କରୁଛନ୍ତି ସେଠାରେ ଅଧିକାଂଶ ଲୋକ ପଞ୍ଜାବୀ ଭାଷାରେ କଥା ହୁଅନ୍ତି। ଜଳନ୍ଧର ସରକାରୀ ହାଇସ୍କୁଲର ଜଣେ ଶିକ୍ଷକ ହରଜିଜ୍‌ ସିଂ ଏହି ପଞ୍ଜାବୀ ଭାଷା କହିବା ଏବଂ ବୁଝିବା ପାଇଁ ଏକ ରୋବଟ ତିଆରି କରିଛନ୍ତି। ଯାହାକି ଏହି ରୋବଟ ପଞ୍ଜାବୀ ଭାଷା କହିପାରିବ ଏବଂ ବୁଝିପାରିବ। ଏହି ରୋବଟର ନାଁ ‘ସରବଂଶ କୌର’ ରଖାଯାଇଛି।

ହରଜିତ୍‌ କୁହନ୍ତି, ଏହା ହେଉଛି ବିଶ୍ୱର ପ୍ରଥମ ରୋବଟ ଯାହା ପଞ୍ଜାବୀ କହିବ ଏବଂ ବୁଝିପାରିବ। ଏହି ରୋବଟ ତିଆରି କରିବାରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଜଳନ୍ଧରର ରୋହଜଡ଼ି ଗାଁସ୍ଥିତ ସରକାରୀ ହାଇସ୍କୁଲରେ ପଢ଼ାଉଥିବା ହରଜିତଙ୍କ ଏହି ରୋବଟ ତିଆରି କରିବାକୁ ୭ ମାସ ସମୟ ଲାଗିଛି। ସେ କୁହନ୍ତି, ମୁଁ ଚାହୁଁଥିଲି ପିଲାମାନେ କମ୍ପ୍ୟୁଟର ପ୍ରୋଗ୍ରାମିଂ କିପରି ସହଜରେ ବୁଝନ୍ତୁ। ଏଥିପାଇଁ ସେ କାନାଡାରେ ପ୍ରୟାସ ଜାରି ରଖିଲେ। ପଞ୍ଜାବୀରେ ‘ସରବଂଶ’ ନାମକ ଏକ ପ୍ରୋଗ୍ରାମିଂ ତିଆରି କରିଥିଲେ। ଏହି ସମୟରେ କରୋନା ପାଇଁ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ଠିକ୍‌ ଏହି ସମୟରେ ହରଜିତ୍‌ ରୋବଟ ପ୍ରସ୍ତୁତ କରିବା କାମରେ ଲାଗିପଡ଼ିଲେ।

Share