ବିଶାଖାପଟ୍ଟନମ୍, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍ ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି। ଏହି ମେସିନର ଦାମ୍ ବଜାରରେ ୮୦ ଲକ୍ଷ ଟଙ୍କା ରହିଛି। ଏହାର ବ୍ୟବହାର ଦ୍ୱାରା ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ସୁବିଧା ହେବ ବୋଲି ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ କୁହାଯାଇଛି। ମେସିନ୍ରେ କ୍ୟାମେରା ସେଟ୍ ଅପ୍ ମଧ୍ୟ କରାଯାଇଛି। ଏହା ଦ୍ୱାରା ନାଳରେ ଥିବା ବ୍ଲକେଜ୍ ସମ୍ପର୍କରେ ସହଜରେ ଜଣାପଡ଼ିବ ବୋଲି ମ୍ୟୁନିସ୍ପାଲ୍ କର୍ପୋରେଶନର ସୁପରିଟେଣ୍ଡେଣ୍ଟ୍ ଅଫିସର ବେଣୁ ଗୋପାଳ କହିଛନ୍ତି।