Posted inଜାତୀୟ

ମନ୍ଦିରକୁ ଦାନରେ ମିଳିଲା ରୋବୋଟିକ୍‌ ହାତୀ

ତ୍ରିଶୂର,୧୩ା୨: କେରଳର ତ୍ରିଶୂର ଜିଲାସ୍ଥିତ କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିରକୁ ପ୍ରାଣୀ ସୁରକ୍ଷା ସଙ୍ଗଠନ ପେଟା ଇଣ୍ଡିଆ ଓ ବ୍ରିଟିଶ୍‌ ଆମେରିକୀୟ ସଙ୍ଗୀତଜ୍ଞ ତଥା ସିତାର ବାଦକ ଅନୁଷ୍କା ଶଙ୍କରଙ୍କ ପକ୍ଷରୁ ଏକ ରୋବୋଟିକ୍‌ ଯାନ୍ତ୍ରିକ ହାତୀ ଦାନରେ ଦିଆଯାଇଛି। ଏହି କୃତ୍ରିମ ହାତୀ ଦ୍ୱାରା ମନ୍ଦିରରେ ହେଉଥିବା ବିଭିନ୍ନ ପାରମ୍ପରିକ ରୀତିନୀତିକୁ ଅଧିକ ମାନବୀୟ ତଥା ଆଧୁନିକ କରିବା ପାଇଁ ପେଟା ଇଣ୍ଡିଆ ଲକ୍ଷ୍ୟ ରଖିଛି। ପାରମ୍ପରିକ ରୀତିନୀତି ନାମରେ କେରଳର ଅନେକ ମନ୍ଦିରରେ ହାତୀମାନଙ୍କୁ ଉପରେ ଅତ୍ୟାଚାର ହେଉଥିବା ନେଇ ପୂର୍ବରୁ ପେଟା ଇଣ୍ଡିଆ କହିଆସିଛି। କୋମ୍ବରା କନ୍ନନ ନାମକ ଯାନ୍ତ୍ରିକ ହାତୀର
ମନ୍ଦିରକୁ ଦାନରେ ମିଳିଲା…
ଉଚ୍ଚତା ୩ ମିଟର ହୋଇଥିବାବେଳେ ଏହାର ଓଜନ ୮୦୦ କିଲୋଗ୍ରାମ୍‌ ରହିଛି। ମନ୍ଦିରରେ ଜୀବନ୍ତ ହାତୀଙ୍କ ବିକଳ୍ପ ଭାବରେ କୋମ୍ବରା କନ୍ନନକୁ ବ୍ୟବହାର କରାଯିବ ବୋଲି ପେଟା ଇଣ୍ଡିଆ କହିଛି। ପେଟା ଇଣ୍ଡିଆ ଅନୁଯାୟୀ, କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିର ସମେତ କେରଳର ଅନେକ ମନ୍ଦିରରେ ବିଭିନ୍ନ ପାରମ୍ପରିକ ରୀତିନୀତି ପାଇଁ ହାତୀମାନଙ୍କୁ ବଳପୂର୍ବକ ଅମାନବୀୟ ବ୍ୟବହାର କରାଯାଇଥାଏ। ଫଳରେ ହାତୀମାନେ ମନ୍ଦିରରେ ବିଭିନ୍ନ ଯନ୍ତ୍ରଣାର ସହ ରହିଥାନ୍ତି। ତେଣୁ ହାତୀ ସୁରକ୍ଷା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ପେଟା ଇଣ୍ଡିଆ କହିଛି।
ରୋବୋଟିକ ହାତୀ କୋମ୍ବରା କନ୍ନନ ରବର, ଫାଇବର, ଧାତୁ, ଷ୍ଟିଲ ଆଦିରେ ନିର୍ମିତ। ଏହା ଦେଖିବାକୁ ଅବିକଳ ଏକ ଜୀବନ୍ତ ହାତୀ ପରି। ଏହି ଯାନ୍ତ୍ରିକ ହାତୀ ନିଜର ମୁଣ୍ଡ, କାନ, ଆଖି ଏବଂ ଲାଞ୍ଜ ହଲାଇବାକୁ ସକ୍ଷମ। ଜୀବନ୍ତ ହାତୀମାନଙ୍କ ପରି ଏହା ନିଜ ଶୁଣ୍ଢ ମଧ୍ୟ ଉଠାଇ ପାରିଥାଏ। ମନ୍ଦିରର ବିଭିନ୍ନ ରୀତିନୀତି ଅନୁଯାୟୀ, କୋମ୍ବରା କନ୍ନନ ନିଜ ଶୁଣ୍ଢ ସାହାଯ୍ୟରେ ଜଳ ଛିଞ୍ଚି ପାରିଥାଏ ବୋଲି ପେଟା ଇଣ୍ଡିଆ କହିଛି। ସେହିପରି ଚକ ସାହାଯ୍ୟରେ ଏହି ରୋବୋଟିକ ହାତୀ ଚାଲି ମଧ୍ୟ ପାରେ, ଯାହା ସାହାଯ୍ୟରେ ସେ ମନ୍ଦିରର ବିଭିନ୍ନ ସମାରୋହ ଏବଂ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇପାରିଥାଏ। କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିରର ଅଧ୍ୟକ୍ଷ ରବି ନମ୍ବୁଥୀରୀ କହିଛନ୍ତି, ‘କୋମ୍ବରା କନ୍ନନକୁ ସ୍ବାଗତ କରି ଆମେ ଅତ୍ୟନ୍ତ ଆନନ୍ଦିତ। ପର୍ବପର୍ବାଣି ସମୟରେ ପ୍ରକୃତରେ ଜୀବନ୍ତ ହାତୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ସେମାନଙ୍କ ପାଇଁ ନିର୍ଦ୍ଦୟତା ସଦୃଶ ହୋଇଥାଏ। ପେଟା ଇଣ୍ଡିଆ ଦେଇଥିବା ଏହି ଯାନ୍ତ୍ରିକ ହାତୀ ମନ୍ଦିରର ପରମ୍ପରାକୁ ବଜାୟ ରଖିବା ସହ ପ୍ରାଣୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରୁଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ, କେରଳର ପଞ୍ଚମ ମନ୍ଦିର ଏବଂ ତ୍ରିଶୂର ଜିଲାର ଦ୍ୱିତୀୟ ମନ୍ଦିର ଭାବେ କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିର ନିଜର ରୀତିନୀତି ପାଇଁ ପେଟା ଇଣ୍ଡିଆର ଯାନ୍ତ୍ରିକ ହାତୀ ପଦକ୍ଷେପକୁ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri