କରୋନା ରୋଗୀଙ୍କ ସେବା କରୁଛି ରୋବର୍ଟ: ସମୟରେ ଦେଉଛି ଖାଦ୍ୟ, ଔଷଧ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନଙ୍କ ଯତ୍ନ ନେବାରେ ସମସ୍ୟା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ଗୁଜୁରାଟର ଭଦୋଦରାସ୍ଥିତ ସର୍‌ ସୟାଜିରାଓ ଗେକଓ୍ବାଡ୍‌(ଏସ୍‌ଏସ୍‌ଜି) ହସ୍ପିଟାଲ ଏକ ବିଶେଷ ପଦକ୍ଷେପ ନେଇଛି। କରୋନା ରୋଗଙ୍କ ସେବା ପାଇଁ ଡାକ୍ତରଖାନାରେ ୨ଟି ରୋବର୍ଟ ନିୟୋଜିତ କରାଯାଇଛି। ଏହି ୨ ରୋବର୍ଟ କରୋନା ରୋଗୀଙ୍କୁ ଔଷଧ ଏବଂ ଖାଦ୍ୟ ଦେବା କାମ କରୁଛନ୍ତି। ଏଥିସହ କରୋନା ଓ୍ବାର୍ଡରେ ରୋଗୀଙ୍କୁ ସ୍କ୍ରିନିଂ ପାଇଁ ମଧ୍ୟ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଶ୍ରୀଘ୍ର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଡାକ୍ତରଖାନାକୁ ପ୍ରବେଶ କରୁଥିବା ଲୋକଙ୍କୁ ସ୍କ୍ରିନିଂ କରିବା ପାଇଁ ପ୍ରବେଶ ଦ୍ୱାରରେ ଏକ ରୋବର୍ଟ ରଖାଯିବ ବୋଲି ଜଣାପଡ଼ିଛି। ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କା ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ରାଯାଇଛି। ଏହି ୨ ରୋବର୍ଟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହାକୁ ଲୋକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏଥିସହ ଲୋକମାନେ ଏହି ଫଟୋରେ ବିଭିନ୍ନ ମନ୍ତବ୍ୟ ଦେବା ସହ ଡାକ୍ତରମାନଙ୍କର ପ୍ରଶଂସା କରୁଛନ୍ତି।

Share