ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ

ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍‌ ମିନାସ୍‌ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍‌ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ନିଖୋଜ ଥିବା ଜଣାପଡିଛି। ମିନାସ ଗେରାଇସ୍‌ ରାଜ୍ୟର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କ୍ୟାପିଟୋଲିଓ କାନ୍ୟୋନ୍‌ସରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଅନ୍ୟମାନଙ୍କର ହାଡ଼ ଭାଙ୍ଗିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଅଞ୍ଚଳରେ ୨ ସପ୍ତାହ ହେଲା ଲଗାଣ ବର୍ଷାରେ ଶିଳା ପାଚେରି ଦୁର୍ବଳ ହୋଇପଡ଼ିଥିବା କୁହାଯାଇଛି।

Share