ଟେଷ୍ଟିଂ ସମୟରେ ରକେଟ୍‌ ଇଞ୍ଜିନ ବିସ୍ଫୋରଣ

ଟୋକିଓ,୧୪ା୭: ଟେଷ୍ଟିଂ ସମୟରେ ଜାପାନର ଏକ ରକେଟ୍‌ ଇଞ୍ଜିନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ପାଇଁ ଗ୍ରାଉଣ୍ଡ ଟେଷ୍ଟ ଆରମ୍ଭ ହେବାର ପ୍ରାୟ ଏକ ମିନିଟ୍‌ ପରେ ଏହି ଘଟଣା ଘଟିଥିଲା।

ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି ଅନୁଯାୟୀ, ଅକିତା ପ୍ରିଫେକ୍ଟରର ନୋଶିରୋ ପରୀକ୍ଷା କେନ୍ଦ୍ର ବର୍ତ୍ତମାନର ଏପସିଲନ ସିରିଜର ଉତ୍ତରାଧିକାରୀ ଭାବରେ ଏପ୍‌ସିଲନ ଏସ୍‌କୁ ବିକାଶ କରୁଛି।

ଏହି ସିରିଜର ପ୍ରଥମ ରକେଟ୍‌ ୨୦୧୩ରେ ବିସ୍ଫୋରଣ ହୋଇଥିଲା ଏବଂ ୨୦୨୨ରେ ଏକ ଏପ୍‌ସିଲନ-୬ ଆତ୍ମ-ବିନାଶ କରିବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ୫ଟି ମଡେଲର ସଫଳ ଉତ୍‌କ୍ଷେପଣ ହୋଇଥିଲା।

ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି ଶୁକ୍ରବାର ସକାଳ ୯.୫୦ରେ ଏପ୍‌ସିଲନ-୬ ରକେଟ ଉଚିନୋରା ସ୍ପେସ୍‌ ସେଣ୍ଟରରୁ ଦକ୍ଷିଣ-ପଶ୍ଚିମ ମୁଖ୍ୟ ଦ୍ୱୀପର କ୍ୟୁସୁର ଦକ୍ଷିଣ ଭାଗ ନିକଟରେ ଉଠିବା ପରେ ନିର୍ଦ୍ଦେଶ ପଠାଇଥିଲା।

Share