ସ୍ପିକରଙ୍କ ଘର ଉପରକୁ ରକେଟ୍‌ ମାଡ

ବାଗଦାଦ,୨୬।୧: ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହି ଘଟଣା ଘଟିଥିବା ଜଣାପଡିଛି। ମୋହମ୍ମଦ ଅଲ-ହଲବୁସୀଙ୍କ ଘରଠୁ ପ୍ରାୟ ୫ଶହ ମିଟର ଦୂରରେ ପଡିଛି ୩ଟି ରକେଟ ପଡିଥିବା ଦେଖିବାକୁ ମିଳିଥିଲା। ୪୧ ବର୍ଷୀୟ ହଲବୁସି ଜଣେ ସୁନି ନେତା ହୋଇଥିବା ବେଳେ ୨୦୧୮ ମସିହାରୁ ଇରାକ ପାର୍ଲାମେଣ୍ଟର ଅଧ୍ୟକ୍ଷତା କରୁଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ୨ ଶିଶୁଙ୍କୁ ଗୁରମାସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ମୋହମ୍ମଦ ଅଲ-ହଲବୁସୀଙ୍କୁ ଦ୍ୱିତୀୟ ଥର ପାଇଁ ସ୍ପିକର ରୂପେ ବଛା ଯାଇଥିବା ବେଳେ ଏନେଇ ଇରାକର ସର୍ବୋଚ୍ଚ ଅଦାଲତ ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। ଏହି ଘୋଷଣାର କିଛି ସମୟ ପରେ ଏହି ଆକ୍ରମଣ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share