ପାହାଡ଼ରୁ ଖସିଲା ପଥର, ଯାତାୟାତ ବାଧାପ୍ରାପ୍ତ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ କୋରୁକୋଣ୍ଡା ବ୍ଲକ ତର୍ଲାକୋଟ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ତର୍ଲାକୋଟା ପାହାଡ଼ରୁ ଗୁରୁବାର ପଥର ଖସି ମାଲକାନଗିରି ଜିଲା ସଦର-ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଉପରେ ପଡିଥିଲା। ଫଳରେ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକେ ପଥର ଖଣ୍ଡକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

Share