ଚୁଲ୍ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ନିଜ ଝିଅ ରାହାଙ୍କ ପାଇଁ ସମୟ ବାହାର କରିବାକୁ ଆଦୌ ଭୁଲି ନାହାଁନ୍ତି। ରାହାଙ୍କ ଜିନିଷ ସବୁବେଳେ ନିଜ ବ୍ୟାଗ୍ରେ ରଖି ବୁଲୁଛନ୍ତି ଆଲିଆ।
ନିକଟରେ ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ବର୍ତ୍ତମାନ ମୁଁ ରାହାଙ୍କ ସହ ଅଧିକ ସମୟ ଯାତ୍ରା କରୁଛି। ସେଥିପାଇଁ ମୋର ବ୍ୟାଗରେ ସବୁବେଳେ ତାଙ୍କ ଜିନିଷ ଥାଏ। ମୁଁ ମୁମ୍ବାଇରୁ ଲଣ୍ଡନ ଯିବା ସମୟରେ ମୋ ବ୍ୟାଗ୍ରେ କେବଳ ମୋ ପାର୍ସପୋର୍ଟ ଥିବା ବାକି ସବୁ ରାହାଙ୍କ ଜିତିଷ ଥିଲା। ଏବେ ମୋ ବ୍ୟାଗ୍ ରାହାଙ୍କ ବ୍ୟାଗ୍ରେ ପରିଣତ ହୋଇଛି।
ଆଲିଆ ଅଭିନେତା ରଣବୀର କପୁରଙ୍କୁ ଗତବର୍ଷ ଏପ୍ରିଲରେ ବିବାହ କରିଥିଲେ। ଆଠ ମାସ ପରେ ନଭେମ୍ବରରେ ସେ ରାହାଙ୍କୁ ଜନ୍ମ ଦେଇଥିଲେ।