ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ: ଖେଳିଗଲା ଶୋକର ଲହରୀ

ବକ୍ସିଂ ଡ୍ରାମା ‘ରକି’ରେ ଚମତ୍କାର ଅଭିନୟ କରିଥିବା ବର୍ଟ ୟଙ୍ଗଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଭିନେତାଙ୍କ ଦେହାନ୍ତ ଖବର ତାଙ୍କ ଝିଇ ଆନ ମୋରିୟା ଷ୍ଟିଙ୍ଗାଇଜରଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ‘ରକି’ ଫିଲ୍ମ ସିରିଜ୍‌ରେ ‘ପୋଲି ପେନ୍ନିନୋ’ ଭୂମିକାରେ ବର୍ଟ ଖ୍ୟାତି ଅର୍ଜନ କରିଥିଲେ।
୧୬୦ରୁ ଅଧିକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ’ରେ ବର୍ଟ ୟଙ୍ଗ ଅଭିନୟ କରିଥିଲେ। ତେବେ ସିଲଭେଷ୍ଟର ଷ୍ଟାଲୋନ ଷ୍ଟାରର ‘ରକି’ରେ ତାଙ୍କର ଭୂମିକା ତାଙ୍କୁ ବିଶେଷ ମାନ୍ୟତା ଦେଇଥିଲା।

Share