Categories: ଫୁରସତ

ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ନଦୀ, ଲମ୍ବା କେବଳ ୬୧ ମିଟର

ଦୁନିଆର ସବୁଠାରୁ ଛୋଟ ନଦୀର ନାମ ‘ରୋ ନଦୀ’ ଅଟେ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି। ଏହା ମାତ୍ର ୬୧ ମିଟର ଲମ୍ବ। ସେହିଭଳି ଏହା ୧.୮-୨.୪ ମିଟର ଗଭୀର। ଲିଟିଲ୍‌ ବେଲ୍ଟ ପର୍ବତରୁ ଏହାର ଉତ୍ପତ୍ତି ହୋଇଛି। ପରେ ଏହା ଯାଇ ମିସୁରୀ ନଦୀରେ ମିଶିଛି। ୨୦୦୦ରେ ଏହାକୁ ଦୁନିଆର ଛୋଟ ନଦୀ ଭାବେ ସ୍ବିକୃତି ମିଳିଥିଲା। ଏହା ପୂର୍ବରୁ ଡି ରିଭର୍‌କୁ ଛୋଟ ନଦୀ କୁହାଯାଉଥିଲା, ଯାହାର ଲମ୍ବ ୪୪୦ ଫୁଟ।

Share