ୟୁକ୍ରେନ୍‌ ଲାଗି ସହାୟତା ଘୋଷଣା କଲେ ଫେଡେରର୍‌

ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ ଭିତରେ ବଳି ପଡୁଛନ୍ତି ୟୁକ୍ରେନର ଲକ୍ଷଲକ୍ଷ ଶିଶୁ। ଏବେ ଏହି ଅସହାୟ ଶିଶୁଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ୱର ଖ୍ୟାତନାମା ଟେନିସ ଖେଳାଳି ରୋଜର ଫେଡେରର। ୟୁକ୍ରେନର ପୀଡ଼ିତ ଶିଶୁଙ୍କ ଶିକ୍ଷା ପାଇଁ ୫ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛନ୍ତି ଏହି ଟେନିସ ତାରକା। ୫ ଲକ୍ଷ ଡଲାର ତଥା ଭାରତୀୟ ମୁଦ୍ରାରେ ୩, ୭୯,୯୧,୮୨୧ ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।

ଫେଡେରର କହିଛନ୍ତି, ‘ମୁଁ ଓ ମୋ ପରିବାର ୟୁକ୍ରେନରୁ ଆସୁଥିବା ଫଟୋ ଓ ଭିଡିଓକୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇପଡିଛୁ। ଯୁଦ୍ଧ ଭିତରେ ଏଠିକାର ନିରୀହ ଲୋକ ପ୍ରଭାବିତ ହେଉଥିବା ଦେଖି ଆମକୁ କଷ୍ଟ ହେଉଛି। ଆମେ ଶାନ୍ତି ଚାହୁଁଛୁ । ଯୁଦ୍ଧ ପାଇଁ ପାଖାପାଖି ୬ ମିଲିଅନ ଅର୍ଥାତ ୬୦ ଲକ୍ଷ ଲୋକ ବର୍ତ୍ତମାନ ସ୍କୁଲ ଶିକ୍ଷାରୁ ବଞ୍ଚିତ । ତେଣୁ ସେମାନଙ୍କ ଶିକ୍ଷା ଜାରି ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚ୍ୟାଲେଞ୍ଜିଂ। ଏହି କ୍ଷେତ୍ରରେ ମୁଁ ଓ ମୋ ପରିବାର ଶିଶୁଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛୁ।’ ରୋଜର ଫେଡରର୍‌ ଫାଉଣ୍ଡେସନ ମାଧ୍ୟମରେ ୟୁକ୍ରେନ୍‌ର ପିଲାଙ୍କ ପାଠ ପଢ଼ା ପାଇଁ ସେ ଏହି ସହାୟତା ଯୋଗାଇବା ଲାଗି ଘୋଷଣା କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩୦ ବର୍ଷର ଇତିହାସରେ ପ୍ରଥମଥର, IOC ମହିଳା ଅଧ୍ୟକ୍ଷ ହେଲେ କ୍ରିଷ୍ଟି କୋଭେଣ୍ଟ୍ରି, ଶୁଭକାମନା ଜଣାଇଲେ ଜୟ ଶାହା

ନୂଆଦିଲ୍ଲୀ,୨୧।୩: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଭାପତି ଜୟ ଶାହ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC)ର ନବନିର୍ବାଚିତ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିଷ୍ଟି...

IPL 2025: ଘୋଷଣା ହେଲା ଅମ୍ପାୟାର୍ସଙ୍କ ଟିମ୍‌, ୭ ଜଣ ନୂଆ ବ୍ୟକ୍ତିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୧।୩: BCCI IPL ୨୦୨୫ ପାଇଁ ଅମ୍ପାୟାରଙ୍କ ଦଳ ଘୋଷଣା କରିଛି। ଏହି ଦଳରେ ସାତ ଜଣ ନୂଆ ଭାରତୀୟ ଅମ୍ପାୟାରଙ୍କୁ ସାମିଲ କରାଯାଇଛି, ଯେଉଁମାନେ...

ସ୍ତ୍ରୀଙ୍କୁ ଛାଡପତ୍ରବେଳେ ଦେଲେ ୪.୭୫ କୋଟି ଟଙ୍କା: ଜାଣନ୍ତୁ ଚହଲଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ,୨୧।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି। ବାନ୍ଦ୍ରା ଫ୍ୟାମିଲି...

ହାସିନାଙ୍କ ପାର୍ଟି ଉପରେ ପ୍ରତିବନ୍ଧକକୁ ନେଇ ବଡ଼ ଘୋଷଣା କଲେ ୟୁନୁସ

ଢାକା,୨୧।୩: ଦେଶର ନିର୍ବାଚନକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମତ ନରମ ହେଉଥିବା...

IPLରେ ଏମିତି ରେକର୍ଡ କରିଛନ୍ତି ବିରାଟ କୋହଲି, ଯାହା ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି

ନୂଆଦିଲ୍ଲୀ,୨୧।୩: ଗତ ଦଶନ୍ଧିରେ ବିରାଟ କୋହଲି ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଏପରି ବ୍ୟାଟିଂ କରିଛନ୍ତି ଯାହା ବହୁତ କମ ଦେଖାଯାଏ। ତାଙ୍କ ରେକର୍ଡ ବୁକରେ...

IPL 2025 ଉଦଘାଟନୀ ମ୍ୟାଚ୍ ବାତିଲ ହେବାର ସମ୍ଭାବନା, ଛାଇଲା ବର୍ଷାର କଳା ବାଦଲ

କୋଲକାତା,୨୧ା୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଶନିବାର ସିଜିନ୍ ର ପ୍ରଥମ ମୁକାବିଲାରେ ବିରାଟ କୋହଲିଙ୍କ ଅଭିନୀତ ରୟାଲ୍...

ଭାରତର ପଡ଼ୋଶୀ ଦେଶରେ ଶକ୍ତିଶାଳୀ ଭୂକମ୍ପ: ଘରୁ ବାହାରକୁ ଦୌଡିଲେ ଲୋକେ

କାବୁଲ,୨୧।୩: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ଆଫଗାନିସ୍ତାନରେ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image