ନିର୍ବାଚନ ଲଢିବାରୁ ବଞ୍ଚିତ ହେଉଛନ୍ତି ମ୍ୟାନମାରର ରୋହିଙ୍ଗ୍ୟା ମୁସଲମାନ ନେତା

ୟାଂଗୁନ,୨୫।୮: ମ୍ୟାନମାରର ରୋହିଙ୍ଗ୍ୟା ନେତା ଅବଦୁଲ ରସିଦ ମ୍ୟାନମାରରେ ଜନ୍ମ ହୋଇଛନ୍ତି। ଏହାସହ ତାଙ୍କ ନିକଟରେ ସେଠାକାର ନାଗରିକତା ମଧ୍ୟ ରହିଛି। ରୋହିଙ୍ଗ୍ୟା ମୁସଲମାନ ସଂଖ୍ୟାଲଘୁଙ୍କ ମଧ୍ୟରେ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ମ୍ୟାନମାରର ନାଗରିକତା ରହିଛି। ଏମାନଙ୍କ ମଧ୍ୟରେ ଅବଦୁଲ ରସିଦ ଅନ୍ୟତମ। ତାଙ୍କ ପିତା ସେଠାରେ ସିଭିଲ ସର୍ଭାଣ୍ଟ ଥିବା ବେଳେ ଅବଦୁଲ ରସିଦ ଜଣେ ବ୍ୟବସାୟୀ। ଏବେ ସେ ସେଠାରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ହେଲେ ପ୍ରଶାସନ ତାଙ୍କୁ ବିଦେଶୀ କହି ନିର୍ବାଚନ ଲଢିବାକୁ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। କେବଳ ଅବଦୁଲ ରସିଦ ନୁହେଁ ଏହିଭଳି ୬ ଜଣଙ୍କ ପ୍ରାର୍ଥିପତ୍ରକୁ ଖାରଜ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବରରେ ସେଠାରେ ନିର୍ବାଚନ ହେବାର ଅଛି। ଏଥିରେ ନୋବେଲ ବିଜେତା ଆଙ୍ଗ ସାନ ସୁ କିଙ୍କ ନେତୃତ୍ୱାଧିନ ଲୋକତାନ୍ତ୍ରୀଙ୍କ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଇଛି।

Share