ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର

କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ ନିମ୍ନ ଭୂମି ଦ୍ୱୀପକୁ ରୋହିଙ୍ଗ୍ୟାମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ନେଇ ଜାତିସଂଘ ଓ ଅଧିକାର ସଂଗଠନଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୭ରେ ପଡୋଶୀ ମ୍ୟାନ୍‌ମାରରେ ସାମରିକ ଆକ୍ରମଣର ସମ୍ମୁଖୀନ ହୋଇ ଲକ୍ଷାଧିକ ରୋହିଙ୍ଗ୍ୟା ବାଂଲାଦେଶ ପଳାଇଆସିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେରିଗଲେଣି। ଅନ୍ୟ ଯେଉଁମାନେ ରହିଛନ୍ତି ସେମାନଙ୍କୁ କ୍ୟାମ୍ପ୍‌ରୁ ହଟାଇବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କକ୍ସ ବଜାର ଅଞ୍ଚଳରୁ ଗୁରୁବାର ୧୦ଟି ବସ୍‌ରେ ରୋହିଙ୍ଗ୍ୟାମାନଙ୍କୁ ଚିଟାଗଙ୍ଗ ବନ୍ଦରକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ମିଲିଟାରି ବିମାନରେ ଭାସନ ଚାର୍‌ ଦ୍ୱୀପକୁ ନିଆଯାଇଛି।

Share