Categories: ଜାତୀୟ

ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍‌ ହେପାଜତରେ ୪ ସନ୍ଦିଗ୍ଧ

ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍‌ ହେପାଜତରେ ରଖାଯାଇଛି। ସେମାନଙ୍କୁ ପଚରା ଉଚରା ଜାରି ରହିଛି। ଗୋରଖପୁର, ଖଲିଲାବାଦ୍‌,ଅଲିଗଡ଼ ସମେତ ୫ ଜିଲାରେ ଚଢ଼ାଉ କରାଯାଇଛି। ଏନେଇ ରାଜ୍ୟ ଏଟିଏସ୍‌ ଟିମ୍‌କୁ ମହାରାଷ୍ଟ୍ର ଏଟିଏସ୍‌ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ମହାରାଷ୍ଟ୍ରରେ ମଧ୍ୟ ଚଢ଼ାଉ ଜାରି ରହିଛି। ଖଲିଲାବାଦ୍‌ର ମୋତି ନଗରରେ ବାସ କରୁଥିବା ଅବଦୁଲ୍‌ ମନାନ୍‌ ଏବଂ ଦିନେଶ ଗୁପ୍ତାଙ୍କୁ ଏଟିଏସ୍‌ ଟିମ୍‌ ଅଟକ ରଖିଛନ୍ତି। ନକଲି ପାସପୋର୍ଟ ମାମଲାରେ ଦୁହିଁଙ୍କ ବିରୋଧରେ ଅଭିଯୋଗ ରହିଥିବା କୁହାଯାଉଛି।

Share