Categories: ଜାତୀୟ

ମୋଦି ସରକାରଙ୍କ ନିକଟରେ ଦାବି କଲେ ଓଓ୍ବାଇସି, ଯେଉଁମାନଙ୍କୁ ସଂରକ୍ଷଣ ମିଳିନି ସେମାନଙ୍କୁ ଦିଆଯାଉ ସଂରକ୍ଷଣ

ନୂଆଦିଲ୍ଲୀ,୩।୯: ଓବିସିକୁ ସବ କାଟାଗୋରୀରେ ବିଭକ୍ତ କରିବାକୁ ରୋହିଣୀ କମିଶନ ରିପୋର୍ଟରେ ୨୬୦୦ ଓବିସି ଜାତିର ଏକ ତାଲିକା ଦିଆଯାଇଛି। ଓବିସି କୋଟା କିପରି ବଣ୍ଟନ କରାଯିବା ଉଚିତ ଏହି ରିପୋର୍ଟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଓବିସି ସଂରକ୍ଷଣ ପ୍ରସଙ୍ଗରେ ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ ମୁଖ୍ୟ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଟୁଇଟ କରିଛନ୍ତି।

ଓୱାଇସି ଏକ୍ସ(ପୂର୍ବର ଟୁଇଟର)ରେ ଲେଖିଛନ୍ତି, ଦେଶରେ ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ମାତ୍ର ୨୭%(ସଂରକ୍ଷଣ) ପାଇଁ ପ୍ରତିସ୍ପର୍ଦ୍ଧା କରିବାକୁ ବାଧ୍ୟ। ନରେନ୍ଦ୍ର ମୋଦି ସରକାର ୫୦%(ସଂରକ୍ଷଣ) ସୀମାକୁ ବଢାଇବା ଦରକାର ଓ ସେହିମାନଙ୍କ ପାଇଁ ଏହି ସଂରକ୍ଷଣକୁ ସମ୍ପ୍ରସାରଣ କରିବା ଦରକାର ଯେଉଁମାନେ ସଂରକ୍ଷଣରୁ କେବେବି ଉପକୃତ ହୋଇପାରିବେ ନାହିଁ ସେମାନଙ୍କ ପାଇଁ ସମ୍ପ୍ରସାରଣ କରାଯିବା ଉଚିତ। ନଚେତ୍‌ କିଛି ପ୍ରାଧାନ୍ୟ ଜାତି ସମସ୍ତ ସୁବିଧା ହାସଲ କରୁଛନ୍ତି।
ଓୱାଇସି ଆହୁରି ମଧ୍ୟ କହିଛନ୍ତି, ସବୁ-କ୍ଲାସିଫିକେଶନ ସମାନତା ଆଧାରରେ କରାଯିବା ଉଚିତ। ଯାହା ଦ୍ୱାରା ଏକ ଛୋଟ ବୁଣାକାର ପରିବାରର ପିଲା ପୂର୍ବତନ ଜମିଦାରଙ୍କ ପୁଅ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାଧ୍ୟ ହେବେ ନାହିଁ। ରାଜ୍ୟର ଯେଉଁ ସମ୍ପ୍ରଦାୟ ବିସି ସୂଚୀରେ ସାମିଲ ଅଛନ୍ତି, ସେମାନଙ୍କୁ ସିଧା କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୂକ୍ତ କରାଯିବା ଉଚିତ।

Share