ରୋହିତ୍‌-ଅନିତାଙ୍କ ଚୁମ୍ବନ ଫଟୋ ଭାଇରାଲ…

ନୂଆଦିଲ୍ଲୀ,୧୮।୪: ଏବେ ନାଗିନ୍‌ ଫେମ୍‌ ଅନିତା ହାସନାନ୍ଦାନି ଏବଂ ସ୍ବାମୀ ରୋହିତ ରେଡ୍ଡିଙ୍କ ଚୁମ୍ବନ ଫଟୋ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ରୋମାଣ୍ଟିକ ଫଟୋକୁ ରୋହିତ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ଫଟୋରେ ଉଭୟ ଅତି ଅନ୍ତରଙ୍ଗ ଭାବେ ପରସ୍ପରକୁ ଚୁମ୍ବନ ଦେଉଛନ୍ତି। ରୋହିତ ୪ଟି ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ସେହିପରି ଅନିତା ମଧ୍ୟ ଇନଷ୍ଟାଗ୍ରାମ୍‌ରେ ଅନ୍ୟ ୨ଟି ଫଟୋ ଅପଲୋଡ୍‌ କରିଛନ୍ତି। ଫଟୋରେ ଉଭୟେ ବେଶ୍‌ ଖୁସି ନଜର ଆସୁଛନ୍ତି। ପ୍ରଶଂସକମାନେ ଦୁହିଁଙ୍କର ଚୁମ୍ବନ ଫଟୋକୁ ଶେୟାର କରିବାରେ ଲାଗିଛନ୍ତି।

Share