ଭେଣ୍ଟିଲେଟରରେ ରୋହିତ ବଳ

ମୁମ୍ବାଇ,୨୮।୧୧: ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ରୋହିତ ବଳଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇଯାଇଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଖବର ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଏନସିଆରର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ରୋହିତ ବଳଙ୍କ ସ୍ବାସ୍ଥ୍ୟ ବିଷୟରେ ଆସୁଥିବା ଖବର ବି-ଟାଉନ ସେଲିବ୍ରିଟ ଏବଂ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ରୋହିତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁନାହିଁ।
ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ୨୦୧୦ରେ ତାଙ୍କର ଏକ ବଡ଼ ଆଟାକ୍‌ ହୋଇଥିଲା ଏବଂ ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହି ଆଟାକ୍‌ ପରେ ସେ କିଛି ସମୟ ପାଇଁ ଅନେକ କମ୍ପଲିକେଶନର ସମ୍ମୁଖୀନ ହୋଇଥିଲେ।
ରୋହିତଙ୍କ ବିଷୟରେ ଆସୁଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ବି ଟାଉନ ସାଙ୍ଗମାନେ ରୋହିତଙ୍କୁ ନେଇ ବହୁତ ଚିନ୍ତିତ। ସୂଚନାଯୋଗ୍ୟ, ଏହି ଫ୍ୟାଶନ ଡିଜାଇନର ୮ ମେ ୧୯୬୧ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ଡିଜାଇନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପୋଷାକ ଡିଜାଇନ କରିଛନ୍ତି। ରୋହିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜିରୁ ଫ୍ୟାଶନ ଡିଜାଇନ ଅଧ୍ୟୟନ କରିଥିଲେ ଏବଂ ଏହା ପରେ ସେ ଡିଜାଇନ ଇଣ୍ଡଷ୍ଟ୍ରିରେ ସ୍ବାଧୀନ ଭାବରେ କାର୍ଯ୍ୟ କରୁଛନ୍ତି।

Share