Posted inଖେଳ

ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବିଗ୍ରେଡ୍‌

ଜର୍ଜଟାଉନ୍‌,୨୬ା୬: ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଇଂଲଣ୍ଡ। ଗୁଏନାରେ ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ୨୦୨୨ ଟି୨୦ ବିଶ୍ୱକପ୍‌ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ୨୦୨୨ରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ମଧ୍ୟ ହୋଇଥିଲା। ତେଣୁ ଏବେ ସମାନ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ଏହାର ଚ୍ୟାଲେଞ୍ଜକୁ ପ୍ରତିହତ କରି ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବାକୁ ସୁଯୋଗ ଆସିଛି। ୨୦୨୨ରେ ପେସ୍‌ ବୋଲିଂ ସହାୟକ ପରିବେଶ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ର ଧିମା ପିଚ୍‌ ଭାରତକୁ ସୁହାଇବ। ସେହିପରି ଭାରତ ନିକଟରେ ୩ ସ୍ପିନର ରହିଥିବାରୁ ଏହା ମଧ୍ୟ ଦଳ ପାଇଁ ଲାଭଦାୟକ ରହିବ। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ସ୍ପିନରଙ୍କୁ ସହାୟତା ମିଳୁଥିବା ବେଳେ କାଗଜ କଲମରେ ରୋହିତ ଶର୍ମାଙ୍କ ଦଳ ମଧ୍ୟ ବେଶ୍‌ ଶକ୍ତିଶାଳୀ। ଭାରତର ପ୍ରତିଶୋଧ ପାଇଁ ଏହି ଭେନ୍ୟୁ ଠିକ୍‌ ରହିଥିବା ବେଳେ ଇଂଲଣ୍ଡକୁ ଦୁର୍ବଳ ମନେକରିବା ମଧ୍ୟ ବୋକାମି ହେବ। ଏହି ପିଚ୍‌ରେ ଭାରତର କୁଲ୍‌ଦୀପ ଯାଦବ ଓ ଇଂଲଣ୍ଡର ଆଦିଲ୍‌ ରଶିଦଙ୍କୁ ନିଜ ସ୍ପିନ୍‌ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଅନ୍ୟପକ୍ଷରେ ଏହି ପିଚ୍‌ରେ କେବଳ ସ୍ପିନର ନୁହନ୍ତି ପେସ୍‌ ବୋଲର ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିବେ। ଆଫଗାନିସ୍ତାନର ଫଜଲ୍ଳକ ଫାରୁକି ଏଠାରେ ଏକ ମ୍ୟାଚ୍‌ ବିଜୟୀ ସ୍ପେଲ ବୋଲିଂ କରିଥିଲେ।
ଜୁନ୍‌ ୮ ତାରିଖ ପରଠାରୁ ଏହି ପିଚ୍‌ରେ ଖେଳ ହୋଇ ନାହିଁ। ତେଣୁ ଏକ ସତେଜ ପିଚ୍‌ରେ ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ। ଭାରତ ସୁପର-୮ରେ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ସେମିଫାଇନାଲର ଏକ ଅତିରିକ୍ତ ଚାପ ରହିଥାଏ। ଭାରତ ଏହାର କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଲା। ଭାରତ ଏହି ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କ ନିକଟରୁ ଭଲ ରନ୍‌ ଆଶା କରିବ। ଅନ୍ୟପକ୍ଷରେ ସୁପର-୮ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା। ଉଭୟ ରୋହିତ ଓ କୋହଲିଙ୍କ ପାଇଁ ଟି୨୦ ବିଶ୍ୱକପ୍‌ରେ ଏହା ଅନ୍ତିମ ସୁଯୋଗ । ଭାରତୀୟ ହାର୍ଡ ହିଟର ଶିବମ ଦୁବେ ଏ ଯାଏ ଏକ ବିସ୍ଫୋରକ ଇନିଂସ ଖେଳିପାରି ନାହାନ୍ତି। ଆଦିଲ ରଶିଦଙ୍କ ବିପକ୍ଷରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ନଜର ରହିବ। ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇବା ନେଇ ପୂର୍ବାନୁମାନ କରାଯାଉଛି। ତେବେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଗଲେ ସେ ଫିଲ ସଲ୍ଟ, ଜୋଶ ବଟଲର, ହ୍ୟାରୀ ବ୍ରୁକ୍‌ ଓ ଜନି ବେୟାରଷ୍ଟୋଙ୍କ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି। ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ବୋଲିଂର ମେରୁଦଣ୍ଡ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତକୁ ଆଗରେ ରଖିଛି।
ଇଂଲଣ୍ଡର ପ୍ରଦର୍ଶନ ମୁଖ୍ୟତଃ ଆଦିଲ ରଶିଦଙ୍କ ଉପରେ ନିର୍ଭର କରିବ। ଏହା ବ୍ୟତୀତ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ପାର୍ଟ ଟାଇମ୍‌ ସ୍ପିନ୍‌ ଉପରେ ମଧ୍ୟ ନିର୍ଭର କରିବ ଦଳ। ବ୍ୟାଟିଂରେ ହ୍ୟାରୀ ବ୍ରୁକ୍‌, ଜନି ବେୟାରଷ୍ଟୋ ଓ ମୋଇନ ଅଲୀଙ୍କ ନିକଟରୁ ପ୍ରଭାବୀ ବ୍ୟାଟିଂ ଆଶା କରିବ ଇଂଲଣ୍ଡ। ଗୁରୁବାର ଗୁଏନାରେ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ...

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ...

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର...

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର...

ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍‌ ଟିମ୍‌: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍‌

ବାର୍ବାଡୋସ୍‌,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍‌ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର...

ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍‌ କରି କଲେ ଏହି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ...

ଇତିହାସ ରଚିଲେ ବୁମ୍‌ରା, ଗୋଟିଏ ରନ୍‌ ନକରି ମଧ୍ୟ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ନୂଆଦିଲ୍ଲୀ, ୦୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସେତେ ଭଲ ନଥିଲା । ତଥାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri