Advertisement
Categories: ଖେଳ

ଡେବ୍ୟୁ ପୂର୍ବରୁ ଜୟସ୍ବାଲଙ୍କୁ ଖାସ୍‌ ଟିପ୍ସ ଦେଲେ ରୋହିତ

ଡୋମିନିକା,୧୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଡୋମିନିକାରେ ଆରମ୍ଭ ହେବା। ଏହି ମ୍ୟାଚରେ ଷ୍ଟାର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଡେବ୍ୟୁ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଜୟସ୍ବାଲଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି।
ରୋହିତ ନେଟ୍ସରେ ତାଙ୍କୁ କହିଛନ୍ତି, ତୁମକୁ ଅଧିନାୟକ, ବରିଷ୍ଠ ଖେଳାଳି ଏବଂ କୋଚ ଭିନ୍ନ ପରାମର୍ଶ ଦେବେ ଏବଂ ସମସ୍ତଙ୍କ ନୀତି ସଠିକ କିନ୍ତୁ ତୁମେ ଖେଳରୁ ବିଚ୍ୟୁତ ନ ହୋଇ ଖେଳ ଜାରି ରଖିବ।
ରୋହିତ ଆହୁରି କହିଛନ୍ତି, ଜଣେ ଅଧିନାୟକ ଏବଂ ଖେଳାଳି ଭାବରେ ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ କହିବାକୁ ଚାହେଁ ଯେ, ଯେତେବେଳେ ବ୍ୟାଟିଂ କରିବାକୁ ବାହାରକୁ ଯାଉଛ, ସେତେବେଳେ ଭାବ ତୁମେ ସେଠାରେ ରାଜା। ଏହି ମୁହୂର୍ତ୍ତକୁ ଉପଭୋଗ କର। କାରଣ ସମସ୍ତେ ଟେଷ୍ଟ କ୍ୟାପ ପାଇ ନ ଥାନ୍ତି। ତୁମର ପ୍ରତିଭା, ଦକ୍ଷତା ଅଛି। ତେଣୁ ତୁମେ ଭଲ କରିବ।
ନିକଟରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଶୁବମନ ଗିଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରୁଥିବାର ନଜର ଆସିଥିଲେ। କିନ୍ତୁ, ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ସେ ତିନି ନମ୍ବରରେ ଖେଳିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel