Categories: ଖେଳ

ଲାଇଭ୍‌ ମ୍ୟାଚ୍‌ବେଳେ ଚହଲଙ୍କୁ ମାଡ ମାରିଲେ ରୋହିତ: ଭିଡିଓ ଭାଇରାଲ୍‌

ବାର୍ବାଡୋସ୍‌,୩।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ୟୁଜବେନ୍ଦ୍ର ଚହଲ ଖେଳୁ ନ ଥିଲେ। ଏହି ସମୟରେ ରୋହିତ ଶର୍ମା ଚହଲଙ୍କ ସହ ଡଗଆଉଟରେ ବସି ମଜା କରୁଥିଲେ।
ରୋହିତ ଶର୍ମାଙ୍କ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ବିରାଟ କୋହଲି ଏବଂ ଜୟଦେବ ଉନାଦକତ ମଧ୍ୟ ଚହଲଙ୍କ ସହ ବସିଥିବାର ନଜର ଆସିଛନ୍ତି। ଏହି ସମୟରେ ରୋହିତ ଶର୍ମା ଆସି ଚହଲଙ୍କୁ ଏକ ମଜାଳିଆ ଢଙ୍ଗରେ ମାରିବା ଆରମ୍ଭ କରିଥିଲେ। ପରେ ତାଙ୍କୁ ପିଠିକୁ ୨-୪ଥର ମାରିଥିଲେ। ଚହଲଙ୍କ ଉପରେ ମାଡ ଦେଖି ଉନାଦକତ ଏବଂ କୋହଲି ହସିବାକୁ ଲାଗିଲେ।
ବାର୍ବାଡୋସ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ୬ ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦ୍ୱିତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ଥିଲେ।

Share