Categories: ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ

ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଶର୍ମା ‘ଶୂନ’ରେ ପ୍ୟାଭିଲିୟନକୁ ଫେରିଥିଲେ। ରୋହିତଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ରୁତ ବୋଲର ମୁକେଶ ଚୌଧୁରୀ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଆଉଟ୍‌ କରିଥିଲେ।
ଚେନ୍ନାଇ ବିପକ୍ଷ ମ୍ୟାଚରେ ‘ଶୂନ’ରେ ଆଉଟ୍‌ ହେବା ମାତ୍ରେ ରୋହିତ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଆଇପିଏଲ ଇତିହାସରେ ସର୍ବାଧିକ ୧୪ତମ ଥର ‘ଶୂନ’ରେ ଆଉଟ୍‌ ହୋଇଥିଲେ।
ଏହି ପ୍ରସଙ୍ଗରେ ରୋହିତ ଶର୍ମା ପୀୟୁଷ ଚାୱଲାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହାପୂର୍ବରୁ, ପୀୟୁଷ ଚାୱଲାଙ୍କ ଆଇପିଏଲରେ ୧୩ଥର ଶୂନରୁ ଆଉଟ୍‌ ରେକର୍ଡ ଥିଲା।

ଆଇପିଏଲରେ ସର୍ବାଧିକଥର ଶୂନରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ୍‌
ରୋହିତ ଶର୍ମା-୧୪ଥର
ପୀୟୁଷ ଚାୱଲା-୧୩ଥର
ହରଭଜନ ସିଂ-୧୩ଥର
ପାର୍ଥିବ ପଟେଲ-୧୩ଥର
ମନଦୀପ ସିଂ-୧୩ଥର
ଅଜିଙ୍କ୍ୟ ରାହାଣେ-୧୩ଥର
ଅମ୍ବାତି ରାୟୁଡୁ-୧୩ଥର

Share