Categories: ଖେଳ

ରୋହିତ ବିରତି ନେବା ଆବଶ୍ୟକ: ଗାଭାସ୍କର…

କୋଲକାତା,୨୬।୪ : ମଙ୍ଗଳବାର ଆଇପିଏଲj ୩୫ତମ ମ୍ୟାଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଭାରତର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିଛି ଦିନ ପାଇଁ ଆଇପିଏଲରୁ ବିରତି ନେବା ଉଚିତ।

ଗତ ବର୍ଷ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଧ୍ୟ କିଛି ଦିନ ବିରତି ନେଇଥିଲେ। ସେ ସତେଜ ହୋଇ ଫେରି ଆସି ପୁଣି ଭଲ ଫର୍ମରେ ଅଛନ୍ତି। ମୁମ୍ବାଇ ବିପକ୍ଷରେ ଆଠଟି ବଲରୁ ଦୁଇଟି ରନ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଗାଭାସ୍କର ହିଟମ୍ୟାନଙ୍କୁ ପରାମର୍ଶ ଦେଇଛନ୍ତି, ରୋହିତ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।

ଗାଭାସ୍କର କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କ୍ରମରେ କିଛି ପରିବର୍ତ୍ତନ ଦେଖିବାକୁ ଚାହେଁ। ସତ କହିବାକୁ ଗଲେ ମୁଁ ଏହା ମଧ୍ୟ କହିବି, ରୋହିତ ଏହି ସମୟରେ ବିରତି ନେବା ଉଚିତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପାଇଁ ନିଜକୁ ଫିଟ ରଖିବା ଉଚିତ। ସେ ଏଥିରୁ ମୁକ୍ତି ପାଇବା ଆବଶ୍ୟକ। ସେ ଟିକେ ଚିନ୍ତିତ ଦେଖାଯାଉଛନ୍ତି।

ବୋଧହୁଏ ଏହି ପର୍ଯ୍ୟାୟରେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବିଷୟରେ ଚିନ୍ତା କରୁଛନ୍ତି। ତଥାପି, ମୁଁ ଏ ବିଷୟରେ ଜାଣି ନାହିଁ। ମୁଁ ଭାବୁଛି ତାଙ୍କୁ ଏକ ବିରତି ଦରକାର । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନିଜକୁ ସେ ଫିଟରେ ରଖିବା ଜରୁରୀ।

Share