ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ । ସେ କହିଛନ୍ତି, ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । ମାତ୍ର ଏହାର ପ୍ରଭାବ ଭୋଟ ବ୍ୟାଙ୍କ ଉପରେ ପଡିବନାହିଁ ।

ରାସେଶ୍ୱରୀ ଦେବୀଙ୍କୁ ସେ ମାଆ ଭଳି ସମ୍ମାନ କରନ୍ତି । ଟିକେଟ ମିଳିବା ପରେ, ତାଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଥିବା କହିଛନ୍ତି ରୋହିତ । ଏହାସହ ଦଳକୁ ଫେରିଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ।

Share