ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଭୁବନେଶ୍ୱର,୯ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ପୂଜାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାଦ୍‌ କରାଯାଇଥିବା ସୂଚନାରୁ ପ୍ରକାଶ।

ଅନ୍ୟପକ୍ଷରେ ରୋହିତ ଉଚ୍ଚଶିକ୍ଷା ବିଭାଗରୁ ବାଦ୍‌ ପଡ଼ିବା ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି। ଅତନୁ ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ ସହ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ରହିବେ।

୨୦୨୨ରେ ରୋହିତ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। କିଛିଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ତେବେ ‘୬୦ ବର୍ଷ’ରୁ ଅଧିକ ହେଲେ ରାଜନୀତିରୁ ଅବସର ନେବା କଥା କହି ବିବାଦରେ ଥିଲେ ରୋହିତ।

Share