Categories: ଖେଳ

ଖାସ୍‌ ରେକର୍ଡ ହାସଲ କଲେ ରୋହିତ

ନୂଆଦିଲ୍ଲୀ,୧୨।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଦିନିକିଆ କ୍ରିକେଟରେ ନିଜର ୧୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏହା କରିବାରେ ଷଷ୍ଠ ଭାରତୀୟ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଏହି ସଫଳତା ହାସଲ କରିଛନ୍ତି। ରୋହିତ ଏ ପର୍ଯ୍ୟନ୍ତ ୨୪୧ ଦିନିକିଆ ଇନିଂସରେ  ୪୯ ପ୍ରତିଶତ, ୯୦ ଷ୍ଟ୍ରାଇକ୍‌ ରେଟ୍‌ରେ ୧୦ ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ, ତାଙ୍କ ବ୍ୟାଟରୁ ୩୦ ଶତକ ଏବଂ ୫୦ ଅର୍ଦ୍ଧଶତକ ରହିଛି।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତଙ୍କ ମାତ୍ର ୨୨ ରନ ସ୍କୋର କରିବା ଆବଶ୍ୟକ ଥିଲା ଏବଂ ସେ ଏହି ସଫଳତା ସହଜରେ ହାସଲ କରିଥିଲେ। ଏସିଆ କପର ଗତ ମୁକାବିଲାରେ ଭାରତର ଶେଷ ମ୍ୟାଚ ପାକିସ୍ତାନ ସହ ହୋଇଥିଲା। ଏହି ମ୍ୟାଚରେ ବିରାଟ କୋହଲି ଅପରାଜିତ ୧୨୨ରନ ସଂଗ୍ରହ କରି ଦିନିକିଆ କ୍ରିକେଟରେ ୧୩ ହଜାର ରନ୍‌ ପୂରଣ କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।

Share