Categories: ଖେଳ

ଇତିହାସ ରଚିଲେ ରୋହିତ ଶର୍ମା

ଲକ୍ଷ୍ନୌ,୨୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ୪୮ତମ ରନ ସ୍କୋର କରିବା ପରେ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ପାଇଁ ୧୮ ହଜାର ରନ ସ୍କୋର କରିଥିବା ରୋହିତ ଶର୍ମା ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସଚିନ ତେନ୍ଦୁଲକର ପ୍ରଥମେ ଏହି କୀର୍ତ୍ତିମାନ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ୧୮ ହଜାର ରନ ଛୁଇଁଥିଲେ। ଏଥି ସହିତ ବର୍ତ୍ତମାନ ରୋହିତ ଶର୍ମା ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।
୪୭୭ ଇନିଂସରେ ୧୮ ହଜାର ରନ ସ୍କୋର କରିବାରେ ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ରୋହିତ ଶର୍ମା ୧୦୪୭୦ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନାମ ଯଥାକ୍ରମେ ଟେଷ୍ଟ ଏବଂ ଟି-୨୦ ଫର୍ମାଟରେ ୩୬୭୭ଏବଂ ୩୮୫୩ ରନ୍‌ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ୟାରିୟରରେ ୪୫ ଶତକ ହାସଲ କରିଛନ୍ତି। ୯୮ଥର ଅର୍ଦ୍ଧଶତକ ହାସଲ କରିଛନ୍ତି।
୨୫୭ଟି ଦିନିକିଆ ମ୍ୟାଚର ୨୪୯ ଇନିଂସରେ ରୋହିତ ଶର୍ମା ୩୧ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଦିନିକିଆ ଫର୍ମାଟରେ ୩ଟି ଦ୍ୱିଶତକ ହାସଲ କରିଛନ୍ତି। ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ୧୦ ଶତକ ଏବଂ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି। ଏଥି ସହିତ ସେ ଟି-୨୦ ଫର୍ମାଟରେ ୪ଥର ଶତକ ଏବଂ ୨୯ ଅର୍ଦ୍ଧଶତକ ମାର୍କ ଅତିକ୍ରମ କରିଛନ୍ତି।

Share