Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ଡୋମିନିକା,୧୬ା୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିଲେ। ସେ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୩ ରନର ଏକ ଶତକୀୟ ଇନିଂସ ଖେଳିଥିଲେ୧ ଟେଷ୍ଟ କ୍ରିକେଟରେ ଏହା ରୋହିତ ଶର୍ମାଙ୍କ ଦଶମ ଶତକ ଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୧୪୧ ରନରେ ଜିତିଛି। ଏହି ମ୍ୟାଚରେ ୨ଟି ଛକା ମାରି ଭାରତୀୟ ଅଧିନାୟକ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।
ରୋହିତ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦୧ ଛକା ଅତିକ୍ରମ କରିଛନ୍ତି। ଟିମ୍‌ ବିଜୟରେ ୪୦୦ ଛକା ମାରିବାରେ ରୋହିତ ପ୍ରଥମ ଖେଳାଳି ହୋଇଛନ୍ତି। ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଖେଳାଳି ଶହିଦ ଆଫ୍ରିଦି ୨୯୯ ଛକା ସହ ୨ ନମ୍ବର ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୨୭୬ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।

ଦଳ ବିଜୟରେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳି..
ରୋହିତ ଶର୍ମା – ୪୦୧
ଶହିଦ ଆଫ୍ରିଦି – ୨୯୯ ଛକା
କ୍ରିସ ଗେଲ – ୨୭୬ ଛକା

ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବାଧିକ ଛକା ମାରିବାରେ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୫୨୯ ଛକା ମାରିଛନ୍ତି। ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୫୫୩ ଆନ୍ତର୍ଜାତୀୟ ଛକା ସହ ଏକ ନମ୍ବରରେ ଅଛନ୍ତି । କ୍ରିସ ଗେଲ ୪୮୩ ମ୍ୟାଚରେ ଏହି ଛକା ମାରିଛନ୍ତି।ଏଥି ସହିତ ରୋହିତ ଶର୍ମା ୪୪୨ଟି ମ୍ୟାଚରେ ୫୨୯ ଛକା ମାରିଛନ୍ତି।

Share