ନୂଆଦିଲ୍ଲୀ,୧୩।୮: ଦୀର୍ଘ ଦିନ ଧରି ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଏକ ଶକ୍ତିଶାଳୀ ଏବଂ ସ୍ଥାୟୀ ଓପନିଂ ଯୋଡ଼ି ଖୋଜୁଥିଲେ। ଅନେକ ଖେଳାଳିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲେ ହେଁ ସବୁକିଛି ଠିକ୍ ହେଉ ନ ଥିଲା। କିନ୍ତୁ ଗତ ୩ଟି ଟେଷ୍ଟ ଇନିଂସରେ ମନୋଭାବ ବଦଳିଛି। ଏବେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ନୂଆ ଭାରତୀୟ ଓପନିଂ ଯୋଡ଼ି ବୋଲି ଲାଗୁଛି। ତେବେ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଲାଯାଉଥିବା ଟେଷ୍ଟରେ ଉଭୟ ଶତକୀୟ ଭାଗିଦାରୀ ସହ ଅନେକ ବଡ଼ ରେକର୍ଡ କରିଛନ୍ତି।
ଟେଷ୍ଟ କ୍ରିକେଟରେ ବର୍ତ୍ତମାନର ଭାରତୀୟ ଓପନିଂ ଯୋଡ଼ି ଶତକ ମାରିବା ପରେ ଚାରି ବର୍ଷର ଅପେକ୍ଷା ଶେଷ ହୋଇଛି। ୨୦୧୭ରେ ଏହିଗଳି ଓପନିଂ ଯୋଡ଼ି ଶତକୀୟ ଭାଗିଦାରୀ କରିଥିଲେ। ସେହିଭଳି ଲଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଏହା ହେଉଛି ୬୯ ବର୍ଷ ପରେ କରାଯାଇଥିବା ଓପନିଂ ଯୋଡ଼ିଙ୍କ ପ୍ରଥମ ଶତକୀୟ ସହଭାଗିତା। ଏଥିସହ ଅଗଷ୍ଟ ୨୦୧୬ ପରେ ଇଂଲଣ୍ଡ ମାଟିରେ କୌଣସି ଓପନିଂ ଯୋଡ଼ି ଦ୍ୱାରା ଏହା ଦ୍ୱିତୀୟ ଶତକୀୟ ସହଭାଗୀତା ବୋଲି କୁହାଯାଉଛି। ରୋହିତ-ରାହୁଲ ଗତ ୫ ବର୍ଷ ମଧ୍ୟରେ ଏପରି କରିଥିବା ପ୍ରଥମ ବିଦେଶୀ ଯୋଡ଼ି ପାଲଟିଛନ୍ତି।