Advertisement

ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ୱଭାର

ନୂଆଦିଲ୍ଲୀ,୮।୧୨: ଟି୨୦ ଫର୍ମାଟରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ବୁଧବାର ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏଥିସହ ବରିଷ୍ଠ ଓପନିଂ ବ୍ୟାଟରଙ୍କୁ ବରିଷ୍ଠ ମିଡଲ ଅର୍ଡର ବ୍ୟାଟର ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଦିଆଯାଇଛି ଟେଷ୍ଟ ଫର୍ମାଟରେ ଉପ ଅଧିନାୟକ ଦାୟିତ୍ୱ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିବା ଅବସରରେ ଏହି ସୂଚନା ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

“ସର୍ବଭାରତୀୟ ସିନିୟର ଚୟନ କମିଟି ରୋହିତଙ୍କୁ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱଭାର ଦେବାକୁ ନିଷ୍ପତ୍ତି ନେଇଛି” ବୋଲି ବିସିସିଆଇ ଟୁଇଟ୍‌ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share