Categories: ଖେଳ

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟସ ହାରିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଏକ ଭଲ ଆରମ୍ଭ କରିଥିଲା। ଭାରତୀୟ ଦଳର ଓପନର୍‌ ରୋହିତ ଶର୍ମା ଏବଂ ଯଶାସ୍ବୀ ଜୟସ୍ବାଲ ଶତକୀୟ ଭାଗିଦାରୀ କରିଥିଲେ।
ଏଥି ସହିତ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଓପନର୍‌ ଭାବରେ ୨ ହଜାର ରନ ପୂରଣ କରିଥିଲେ। ଏହା ବ୍ୟତୀତ ଭାରତୀୟ ଅଧିନାୟକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୨ ହଜାର ରନ ଅତିକ୍ରମ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୨ ହଜାର ରନ୍‌ ଅତିକ୍ରମ କରିବାରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଥିଲେ।
ରୋହିତ ଏକ ଓପନର୍‌ ଭାବରେ ୨ ହଜାର ଟେଷ୍ଟ ରନ କରିଛନ୍ତି। ସେ ୪୦ଟି ଇନିଂସରେ ଏହି ରନ୍‌ ପୂରଣ କରିଥିଲେ। ଓପନର୍‌ ଭାବରେ ଅଳ୍ପ ଇନିଂସରେ ୨ ହଜାର ଟେଷ୍ଟ ରନ ପୂରଣ କରିବା ଦୃଷ୍ଟିରୁ ରୋହିତ ଭାରତୀୟ ଖେଳାଳି ତାଲିକାରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି। ସେ ସୁନୀଲ ଗାଭାସ୍କର ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି। ଗାଭାସ୍କର ୪୩ ଇନିଂସରେ ଏହି ସ୍ଥାନ ହାସଲ କରିଥିଲେ। ଗମ୍ଭୀର ମଧ୍ୟ ୪୩ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ସେହ୍ବାଗ ଏହି ପ୍ରସଙ୍ଗରେ ଶୀର୍ଷରେ ଅଛନ୍ତି। ସେ ୩୯ ଇନିଂସରେ ୨ ହଜାର ଟେଷ୍ଟ ରନ ସ୍କୋର କରିଥିଲେ।

Share