Categories: ଖେଳ

ଭାରତକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ; ଏହି ଖେଳାଳିଙ୍କ ଉପରେ ମୋହର ମାରିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଭାରତ। ଏହି ସିରିଜକୁ କିଛି ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯାଇଛି। ଦିନିକିଆ ଏବଂ ଟି-୨୦ ପରେ ଏବେ ଟେଷ୍ଟର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ମିଳିଛି। ସେ ଏବେ ତିନୋଟି ଯାକ ଫର୍ମାଟର ନେତୃତ୍ୱ ନେବେ। ସେହିଭଳି ସିରିଜରେ ଦଳର ଉପଅଧିନାୟକ ଜସପ୍ରିତ ବୁମ୍‌ରା ହେବେ। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଏହି ଦାୟିତ୍ୱ ତୁଲାଇଥିଲେ।

ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ୍‌ ଘୋଷଣା କରିଛି। ଏଥିରୁ ଅନେକ ଖେଳାଳିଙ୍କୁ ବାଦ ଦିଆଯାଇଛି। ସେମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଈଶାନ୍ତ ଶର୍ମା ଏବଂ ଉଇକେଟକିପର ଋଦ୍ଧିମାନ ଶାହା। ଏହାଛଡ଼ା କେ.ଏଲ୍‌ ରାହୁଲ, ଓ୍ବାଶିଂଟନ ସୁନ୍ଦର ପ୍ରମୁଖ ଆହତ ସମସ୍ୟା ଯୋଗୁ ସିରିଜରୁ ବାଦ୍‌ ପଡ଼ିବେ। ତେବେକିଛି ଯୁବ କ୍ରିକେଟର ଦଳକୁ ଫେରିଛନ୍ତି। ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍‌ ପ୍ରିୟଙ୍କ ପାଞ୍ଚାଲ, କେଏସ୍‌ ଭରତଙ୍କୁ ସିରିଜରେ ସୁଯୋଗ ମିଳିଛି।
ସେହିଭଳି ବିରାଟ କୋହଲି ଏବଂ ରିଷଭ ପନ୍ତଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ଆରାମ ଦିଆଯାଇଛି। ଉଭୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ବାୟୋ ବବଲ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି।

Share