Advertisement
Categories: ଖେଳ

ଇତିହାସ ରଚିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ମାଧ୍ୟମରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର କରିଥିବା ଚତୁର୍ଥ ବ୍ୟାଟର ହୋଇପାରିଛନ୍ତି। ସେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ଛାଡିଛନ୍ତି।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ରୋହିତ ୨୭ ଟି ବଲରେ ୩ ଚୌକା ସହାୟତାରେ ୨୪ ରନ୍‌ ସଂଗ୍ରହ କରିଥିଲେ, ଯାହା ସାହାଯ୍ୟରେ ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ସଫଳ ହୋଇଥିଲେ। ଗାଙ୍ଗୁଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୪୩୩ ରନ୍‌ ସ୍କୋର କରିଥିଲେ। ରୋହିତ ଶର୍ମା, ଯାହାଙ୍କୁ ହିଟମ୍ୟାନ କୁହାଯାଏ, ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୪୪୪ ରନ୍‌ ପୂରଣ କରିଛନ୍ତି। ରୋହିତ ୪୯୦ ଇନିଂସରେ ୧୮୪୪୪ ରନ୍‌ ସଂଗ୍ରହ କରିଥିବା ବେଳେ ଗାଙ୍ଗୁଲି ୪୮୫ ଇନିଂସରେ ୧୮୪୩୩ ରନ ସଂଗ୍ରହ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel