Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ହିଟ୍‌ମ୍ୟାନଙ୍କ ରେକର୍ଡ: ଏହି ସ୍ପେଶାଲ ଶତକ କରିବାରେ ପାଲଟିଲେ ବିଶ୍ୱରେ ପ୍ରଥମ କ୍ରିକେଟର

ସିଡନୀ,୮।୧: ଭାରତର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଛକା ମାରିଥିବା ବିଶ୍ୱର ପ୍ରଥମ ଖେଳାଳି ପାଲଟିଛନ୍ତି ସେ। ଏଯାବତ ସେ ୬୫ଟି ମ୍ୟାଚ୍‌ର ୬୭ପାଳିରେ ୨୮୩୪ ରନ୍‌ କରିଛନ୍ତି।

ନିଜ ବ୍ୟାଟିଂ ବେଳେ ବଡ ଛକା ମାରିବାକୁ ନେଇ ଜଣାଶୁଣା ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି। ଟି୨୦ ଏବଂ ଟେଷ୍ଟ ମ୍ୟାଚ୍‌ରେ ସେ ବେଶି ସଫଳ ହୋଇ ନ ଥିଲେ ହେଁ କଙ୍ଗାରୁ ଟିମ୍‌ ବିପକ୍ଷରେ ସର୍ବାଧିକ ଛକା ମାରିଛନ୍ତି ସେ। ବିଶ୍ୱର ଅନ୍ୟ କୌଣସି ଖେଳାଳି ତାହା କରିପାରିନାହାନ୍ତି। ରୋହିତ ୪୦ ଦିନିକିଆରେ ୭୬, ୧୯ଟି ଟି୨୦ ମ୍ୟାଚ୍‌ର ୧୬ ପାଳି ଖେଳି ୧୫, ୬ ଟେଷ୍ଟର ୧୧ ପାଳିରେ ୯ ଛକା ସହ ମୋଟ ୧୦୦ ଛକା ମାରିଛନ୍ତି । ତେବେ ସିଡନୀ ମ୍ୟାଚ୍‌ରେ ସେ ୭୭ ବଲ୍‌ରେ ୨୬ ରନ୍‌ କରିଥିଲେ। ସେଥିରେ ୩ ଚଉକା ଏବଂ ଗୋଟିଏ ଛକା ସାମିଲ ଅଛି।

କଙ୍ଗାରୁ ଟିମ୍‌ ବିପକ୍ଷରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳି ତାଲିକା ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡ ଅଧିନାୟକ ଇୟୋନ ମାର୍ଗନ। ସେ ୬୩ ଛକା ମାରିଛନ୍ତି। ସେହିଭଳି ତୃତୀୟ ସ୍ଥାନରେ ରହିଛନ୍ତି ବ୍ରେଡନ ମୈକୁଲମ। ସେ ୬୧ ଛକା ମାରିଛନ୍ତି। ପରେ ସଚିନ ତେନ୍ଦୁଲକର ଏବଂ ଏମ୍‌ଏସ୍‌ ଧୋନୀ ୬୦ ଛକା ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି।

Share