Categories: ଖେଳ

ଅନ୍ତର୍ଜାତୀୟ ଟି୨୦ରେ ପୂରଣ କଲେ ୧୫୦ ଛକା

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ମ୍ୟାଚ୍‌ରେ ରୋହିତ ୩୧ ବଲରେ ୫୬ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଅବସରରେ ୩ ଛକା ଲଗାଇଥିଲେ। ଏଥିସହ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସେ ୧୫୦ ଛକା ପୂରଣ କରିଛନ୍ତି। ଏହି ସଫଳତା ପାଇବାରେ ରୋହିତ ବିଶ୍ୱର  ଦ୍ୱିତୀୟ ବ୍ୟାଟର। ତାଙ୍କ ପୂର୍ବରୁ ପ୍ରଥମ କ୍ରିକେଟର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୫୦ ଛକା ଲଗାଇଥିଲେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ। ଏବେ ଗୁପଟିଲଙ୍କ ନାମରେ ଅଛି ସର୍ବାଧିକ ୧୬୧ ଛକା। ଦ୍ୱିତୀୟ ଇନିଂସରେ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ।

ତେବେ ୟୁନିଭର୍ସ ବସ୍‌ ଭାବେ ଜଣାଶୁଣା ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଓପନର କ୍ରିସ ଗେଲ ୧୨୪ ଛକା ସହ ତୃତୀୟ ସ୍ଥାନରେ ରହିଛନ୍ତି। ତାଲିକାରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ତାଙ୍କ ନାମରେ ରହିଛି ୯୧ ଛକା।

Share