ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍ମ୍ୟାନ୍ ରୋହିତ ଶର୍ମା। ସେ ୧୪୪ବଲ୍ରେ ୪୯ରନ୍ କରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ୧୦୦୦ ରନ୍ ପୂରଣ କରିଛନ୍ତି। ଏଯାବତ ମୋଟ ୫ଜଣ କ୍ରିକେଟର ଏହା କରିଥିବା ବେଳେ ବିଶ୍ୱର ପ୍ରଥମ ଓପନର ଭାବେ ରୋହିତ ଏହା କରିଛନ୍ତି।
ରୋହିତ ମୋଟ ୧୧ ଟେଷ୍ଟ ଖେଳିଥିବା ବେଳେ ହାରାହାରି ୬୪.୩୭ରେ ୧୦୩୦ରନ୍ କରିଛନ୍ତି। ଏଥିରେ ୪ ଶତକ ଏବଂ ୨ ଅର୍ଦ୍ଧଶତକ ରହିଛି। ସେହିଭଳି ରୋହିତ ସବୁଠାରୁ ଅଧିକ ରନ୍ କରିଥିବା ବିଶ୍ୱ ବ୍ୟାଟ୍ସମ୍ୟାନ୍ ତାଲିକାର ୬ଷ୍ଠ ସ୍ଥାନରେ ଅଛନ୍ତି।