Categories: ଖେଳ

ଟି୨୦ରେ ରୋହିତଙ୍କ ରେକର୍ଡ

ଲକ୍ଷ୍ନୌ,୨୫।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ୪୪ ରନ୍‌ର ଇନିଂସ ଖେଳିବା ଅବସରରେ ଏହି ସଫଳତା ପାଇଛନ୍ତି ୩୪ ବର୍ଷୀୟ ବ୍ୟାଟର।

କ୍ରିକେଟର ଛୋଟିଆ ଫର୍ମାଟରେ ସର୍ବାଧିକ ରନ୍‌ କରିବାରେ ରୋହିତ ପୂର୍ବତନ ଅଧିନାୟକ ବିରାଟ କୋହଲି (୩,୨୯୬ ରନ୍‌) ଓ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପଟିଲ (୩,୩୯୯)ଙ୍କୁ ପଛରେ ପକାଇ ଦେଇଛନ୍ତି। ନିକଟରେ ସବୁ ଫର୍ମାଟରେ କ୍ୟାପଟେନଶିପ୍‌ ପାଇଥିବା ଡାହାଣହାତୀ ବ୍ୟାଟର ଏପର୍ଯ୍ୟନ୍ତ ୧୨୩ ମ୍ୟାଚ୍‌ରେ ୩,୩୦୭ ରନ୍‌ କରିଛନ୍ତି। ଏଥିରେ ୪ ଶତକ ଓ ୨୬ ଅର୍ଦ୍ଧଶତକ ରହିଛି।

Share