Categories: ଖେଳ

ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲାକୁ ନୂଆ ନାମ ଦେଲେ ରୋହିତ୍

ନୂଆଦିଲ୍ଲୀ,୧୧। ୮: ଅକ୍ଟୋବର ୫ରୁ ଭାରତରେ କ୍ରିକେଟ ବିଶ୍ବକପ୍ ଖେଳାଯିବ। ଅର୍ଥାତ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆଉ ୫୦ ଦିନ ବାକି। ଏହାର ପ୍ରଥମ ମ୍ୟାଚ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ହେଲେ ପ୍ରଶଂସକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ର ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି। ଏବେ ଏହି ରୋମାଞ୍ଚକର ମୁକାବିଲାକୁ ନୂଆ ନାମ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା।

ମୁମ୍ବାଇରେ ଏକ ଖବରଦାତା ସମ୍ମିଳନୀରେ ରୋହିତ ଏହି ମୁକାବିଲାକୁ ଫୁଟବଲ ମ୍ୟାଚ ଭାଷାରେ ଏଲ-କ୍ଲାସିକୋ ଅର୍ଥାତ୍ କ୍ଲାସିକ୍ ବୋଲି କହିଛନ୍ତି। କାରଣ ଏହାଠାରୁ ବଡ ପ୍ରତିଦ୍ବନ୍ଦିତା ଆଉ ନାହିଁ ବୋଲି ସେ କହିଛନ୍ତି। ତେବେ ସୋସିଆଲ ମିଡିଆରେ ରୋହିତ ଙ୍କୁ ଏହି ନାମକରଣ ଲାଗି କଟାକ୍ଷ ମଧ୍ୟ କରାଯାଉଛି।

Share