Categories: ଖେଳ

ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬ ଛକା ରହିଥିଲା। ଏହାପରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୫୫୦ ଛକା ମାରିଥିବାର ନୂତନ ଉପଲବ୍ଧି ହାସଲ କରିଛନ୍ତି। କ୍ରିସ୍‌ ଗେଲ୍‌ଙ୍କ ପରେ ଏହି ସଫଳତା ପାଇଥିବା ସେ ଦ୍ୱିତୀୟ କ୍ରିକେଟର ହୋଇଛନ୍ତି। ରୋହିତ ନିଜ କ୍ୟାରିୟରର ୪୫୧ତମ ମ୍ୟାଚ୍‌ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ରୋହିତ ୫୫୧ ଛକା ମାରିଥିବା ବେଳେ ବିଶ୍ୱ ରେକର୍ଡ ଭାଙ୍ଗିବାଠାରୁ ମାତ୍ର ୩ ପାଦ ଦୂରରେ ଅଛନ୍ତି। କାରଣ ଗେଲ୍‌ ୪୮୨ ମ୍ୟାଚ୍‌ରେ ୫୫୩ ଛକା ମାରି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି।

ରୋହିତ ଟେଷ୍ଟରେ ୭୭ ଛକା ମାରିଥିବା ବେଳେ ଦିନିକିଆରେ ୨୯୨, ଟି୨୦ରେ ୧୮୨ ଛକା ମାରିଛନ୍ତି। ଏଣୁ ତାଙ୍କ ପାଖରେ ଦିନିକିଆରେ ୩୦୦ ଛକା ମାରିଥିବା ପ୍ରଥମ ଭାରତୀୟ ହେବାର ରେକର୍ଡ କରିବାର ସୁଯୋଗ ରହିଛି। ଆଗାମୀ ବିଶ୍ୱକପ୍‌ରେ ସେ ୮ ଛକା ମାରିଲେ ଶାହିଦ ଆଫ୍ରିଦି ଏବଂ କ୍ରିସ ଗେଲଙ୍କ ପରେ ତୃତୀୟ କ୍ରିକେଟର ଭାବେ ଗୌରବ ଅର୍ଜନ କରିବେ।

Share