Posted inଖେଳ

ରୋହିତଙ୍କ ଉପରେ ବିଶ୍ୱାସ ଅଛି, ୭ ମାସରେ ଦ୍ୱିତୀୟ ଥର ଏଭଳି ହେବନାହିଁ: ଗାଙ୍ଗୁଲି

କୋଲକାତା,୨୮।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ଦଳ ଜୁନ ୨୯ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଅଜେୟ ଟିମ୍‌ ମୁହାଁମୁହିଁ ହେବେ। ଏହାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ଼ ବୟାନ ଦେଇଛନ୍ତି।

କୋଲକାତାରେ ଗାଙ୍ଗୁଲି କହିଛନ୍ତି, ଭଲ କଥା ଯେ ଭାରତ ଫାଇନାଲ ଖେଳିବ। ଭାରତ ଭଲ ପ୍ରଦର୍ଶନ କରୁଛି, ଏହି ବିଶ୍ୱକପ୍‌ରେ ସବୁଠାରୁ ଉଲ୍ଲେଖନୀୟ ଟିମ୍‌ରେ ରହିଛି। ନିଜ ଅଧିନାୟକତ୍ୱରେ ରୋହିତ ୫ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ଆଇପିଏଲ୍‌ ଜିତିବା ବିଶ୍ୱକପ୍‌ ଜିତିବାଠାରୁ ଅଧିକ ମୁସ୍କିଲ ନୁହେଁ। ଏଣୁ ଆଶା କରୁଛି ଯେ ରୋହିତ କାଲି ଭାରତ ପାଇଁ ବିଶ୍ୱକପ୍‌ ଜିତିବେ। କହିବାକୁ ଗଲେ ରୋହିତ ୭ ମାସରେ ଦୁଇଥର ଫାଇନାଲରେ ପରାଜିତ ହେବେ ବୋଲି ଲାଗୁ ନ ଥିବା ଗାଙ୍ଗୁଲି କହିଛନ୍ତି।

ଏହାଛଡ଼ା ୭ ମାସରେ ଦୁଇ ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବାକୁ ନେଇ ଗାଙ୍ଗୁଲି କହିଛନ୍ତି ଯେ ଏହା ଦଳର ପାରିବାପଣ ଏବଂ ପରିଶ୍ରମକୁ ଦର୍ଶାଉଛି। ରୋହିତ ଫାଇନାଲରେ ନିଜର ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଏହା ହିଁ ତାଙ୍କ ଅଧିନାୟକତ୍ୱକୁ ସ୍ବତନ୍ତ୍ର କରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ଭେରେ ଖୁଲାସା: ଧୋନୀଙ୍କ ସିଏସ୍‌କେ ନା ରୋହିତଙ୍କ ଏମ୍‌ଆଇ, ଜାଣନ୍ତୁ କିଏ ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍‌

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ, ପ୍ରତ୍ୟେକ ଦଳର ପ୍ରଶଂସକମାନେ ସେମାନଙ୍କ ଦଳକୁ ସବୁଠାରୁ ଲୋକପ୍ରିୟ ବୋଲି ବିବେଚନା କରନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ...

ମହିଳା ଟି ୨୦ ବିଶ୍ୱକପରେ ଦୁର୍ଘଟଣା, ଗୁରୁତର ଆହତ ହେଲେ ଖେଳାଳି

ନୂଆଦିଲ୍ଲୀ,୫।୧୦: ଶୁକ୍ରବାର ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚରେ ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ...

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri