Categories: ଖେଳ

ପଡ଼ିଆରେ କାର୍ତ୍ତିକ ଗଳା ଧରିଦେଲେ ରୋହିତ:ଭିଡିଓ ହେଉଛି ଭାଇରାଲ୍‌

ମୋହାଲି,୨୧।୯: ମୋହାଲିରେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆର ଇନିଂସର ଦ୍ୱାଦଶ ଓଭରରେ ଭାରତର ଅଧିନାୟକ ରୋହିତ ଶର୍ମା ରାଗରେ ଉଇକେଟ କିପର ଦୀନେଶ କାର୍ତ୍ତିକଙ୍କ ଗଳା ଧରିଥିବାର ନଜର ଆସିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଉଛି ଯେ, ରୋହିତ କାର୍ତ୍ତିକଙ୍କ ଉପରେ ବହୁତ ରାଯାଇଛନ୍ତି। ସେ ପାଟି କରି କାର୍ତ୍ତିକଙ୍କ ଗଳାକୁ ମଧ୍ୟ ଧରିଥିଲେ। ଏଥିରେ କାର୍ତ୍ତିକ ହସୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ବାକି ଖେଳାଳିମାନେ ମଧ୍ୟ ହସୁଥିବା ନଜର ଆସିଛନ୍ତି।
ଏହି ସେହି ସମୟରେ ଅଷ୍ଟ୍ରେଲିଆ ଦଳ ମ୍ୟାଚରେ ଦୃଢ ସ୍ଥିତିରେ ଥିଲା। ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୫୨ ବଲରୁ ୮୭ ରନ ଆବଶ୍ୟକ ଥିବାବେଳେ ହାତରେ ୮ଟି ଉଇକେଟ ବାକି ଥିଲା। ଉମେଶ ଯାଦବ ଏହି ଓଭରରେ ବୋଲିଂ କରୁଥିଲେ। ଦ୍ୱାଦଶ ଓଭରର ତୃତୀୟ ବଲରେ ଷ୍ଟିଭ ସ୍ମିଥ କଟ୍‌ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ବ୍ୟାଟ୍‌ ନିକଟକୁ ଯାଇ ଉଇକେଟ କିପର କାର୍ତ୍ତିକଙ୍କ ହାତକୁ ଯାଇଥିଲା। ଖେଳାଳିମାନେ ଅପିଲ କରିଥିଲେ, କିନ୍ତୁ କାର୍ତ୍ତିକ ବଲ ଏବଂ ବ୍ୟାଟ ମଧ୍ୟରେ ସମ୍ପର୍କ ବିଷୟରେ ଏତେ ସ୍ପଷ୍ଟ ହୋଇ ନ ଥିଲେ ତେରୁ ସେ ଅପିଲ କରି ନ ଥିଲେ। ଏହା ଦେଖି ରୋହିତ ରିଭ୍ୟୁ ନେଇ କାର୍ତ୍ତିକଙ୍କ ଉପରେ ନିଜର ରାଗ ସୁଝାଇଥିଲେ। ରିଭ୍ୟୁରେ ସ୍ମିଥ ମଧ୍ୟ ଆଉଟ୍‌ ଥିଲେ। ଏବେ ରୋହିତ ଏବଂ କାର୍ତ୍ତିକଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ରୋହିତ ମଜାକ୍‌ରେ ନା ରାଗରେ ଏସବୁ କରିଥିଲେ ତାହା ଏବେ ପ୍ରଶ୍ନବାଚୀ ହୋଇଛି।

Share